ସରକାରୀ ଯୋଜନାର ସୁଫଳ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ : ମନ୍ତ୍ରୀ ଶ୍ରୀ ପାତ୍ର

0 1

ଜିଲ୍ଲା ସ୍ତରୀୟ  ୭୦ତମ ସାଧାରଣତନ୍ତ୍ର ଦିବସ ସମାରୋହ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୭୦ତମ ସାଧାରଣ ତନ୍ତ୍ର ଦିବସ ୨୦୧୯ ବହୁ ଆଡମ୍ୱର ସହକାରେ  ପାଳିତ ହୋଇଯାଇଛି । ଏହି ସମାରୋହରେ ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଭଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡର ଅଭିବାଦନ କରିଥିଲେ । ସମବେତ ଜନତାଙ୍କୁ ଉଦ୍‍ବୋଧନ ଦେଇ ମନ୍ତ୍ରୀ ଶ୍ରୀପାତ୍ର କହିଥିଲେଯେ ପ୍ରଥମେ ଦେଶ ଗଠନରେ ସ୍ୱର୍ଗୀୟକୃତ ବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ଗଜପତି ମାଟିର ବୀର ପାଇକ ସଂଗ୍ରାମୀ ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଗଜପତି ଜିଲ୍ଲା ଗତ ତିତଲି ମହାଝଡ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ସହିତ ବହୁ ଜୀବନ ହାନୀ ହୋଇଥିବା ପ୍ରତି କହି ଗଭୀର ଦୁଃଖ ପ୍ରକାଶ କରିଥିଲେ । ସେଥିପାଇଁ କ୍ଷତିଗ୍ରସ୍ତ ଓ ଜୀବନ ହାନୀ ପରିବାରଙ୍କ ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ  କ୍ଷତିପୁରଣ  ଓ ରିଲିଫ ଦେବା ସହ ବିଭିନ୍ନ ସ୍ଥାନରେ ସ୍ୱଭାବିକ ପରିସ୍ଥିତି ଫେରାଇ ଆଣିବାରେ ସେମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଏବଂ ସବୁ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ସବୁ ଚାଲିଛି ତାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୩ ଗୋଟି ପ୍ୟାରେଡ ଦଳ ଭାଗ ନେଇଥିବା ବେଳେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର କୌତୁକ ପୋଷାକ ପ୍ରଦର୍ଶନ ଓ ମାସ୍‍ଡ୍ରିଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାର ଶ୍ରେଷ୍ଠ କୃତୀତ୍ୱ, ତିତଲି ବାତ୍ୟାରେ ମହତ୍‍ ସେବା କାର୍ଯ୍ୟ କରିଥିବାଙ୍କୁ ସମ୍ମାନୀତ କରିଥିବା ବେଳେ ବହୁ ଲୋକଙ୍କୁ ଜଙ୍ଗଲଜମି ପଟ୍ଟା ଏବଂ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀକୁ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.