ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଦୁର୍ଗାପୂଜା ମଣ୍ଡପ ପରିସରରେ ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ହେବାକୁ ଥିବା ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ଦୁର୍ଗାପୂଜା ର ଆୟବ୍ୟୟ ର ହିସାବ ସୁରେଶ ଚନ୍ଦ୍ର ବେହେରା ଦେଇଥିବା ବେଳେ ଏକ ନୂତନ ଦୁର୍ଗା ପୂଜା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ସୁରେନ୍ଦ୍ର କୁମାର ମିଶ୍ର,ଉପ ସଭାପତି ଦିବ୍ୟ ରଞ୍ଜନ ରାୟ ପାତ୍ର,ସମ୍ପାଦକ ସନ୍ତୋଷ ରାୟ ପାତ୍ର,ସହ ସମ୍ପାଦକ ଶୁଭଜିତ ପାଣିଗ୍ରାହୀ,କୋଷାଧ୍ୟକ୍ଷ ଭଗବାନ ପାତ୍ର,ସହ କୋଷାଧ୍ୟକ୍ଷ ଭାବେ ସୁରେଶ ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ସେହିପରି ଉପଦେଷ୍ଟା ଭାବେ ଜି ସାଇ ରାଜୁ,ପ୍ରକାଶ ଚନ୍ଦ୍ର ପଣ୍ଡା,କୈଳାଶ ବିଶୋଇ,ଜି ଗୋପାଳ କ୍ରିଷ୍ଣା ରାଓ,କୈଳାଶ ସିଂ ଲାଲ, ବାବୀ ଜେନା ,ଗୁପ୍ତ ବିଶୋଇ,ସୂର୍ଯ୍ୟ ନାରାୟଣ ସୁବୁଦ୍ଧି,ରାଜେଶ ଅଗ୍ରୱାଲ, ଜି ସତ୍ୟା ରାଓ, ଆର ଶଙ୍କର ରାଓ,ମନୋଜ ପାତ୍ର,ବିକାଶ ନିଶଙ୍କ ଙ୍କୁ ଚୟନ କରାଯାଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂତନ କମିଟି କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ପାଳନ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
ଡ଼କାୟତି ପାଇଁ ଚାଲିଥିଲା ଯୋଜନା ; ମାଡ଼ି ବସିଲା ପୋଲିସ୍; ଇଣ୍ଡିଗୋ କାର୍ ଏବଂ ମାରଣାସ୍ତ୍ର ସହିତ ପାଞ୍ଚ ଜଣ ଗିରଫ
Next Post