ଯାଜପୁର /ତା.19.8.25: ରକ୍ତଦାନ ମହତ୍ ପୁଣ୍ୟ କୁ ପରିପ୍ରକାଶ କରିଛନ୍ତି ଦେବ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ରର ସଦସ୍ୟ l ଆଜି ବିଦ୍ୟାଳୟର ସ୍ଵର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବୁଦ୍ଧାଦିତ୍ୟ ରାଉତ ଅତି ସୁନ୍ଦର ଭାବରେ ଆୟୋଜନ କରିଛନ୍ତି l ଆଜି ମଧ୍ୟ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିନ ତେଣୁ ମିଳିତ ଆନୁକୁଲ୍ୟରେ ସମ୍ବାଦ ଆମ ଓଡିଶା ରକ୍ତ ଦାନ ଶିବିର ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବିଦ୍ୟାଳୟର ସମସ୍ତ କାର୍ଯ୍ୟ କର୍ତ୍ତା ଅଭିଭାବଙ୍କ ସହ ଏକ ପରିବାର ଭଳି ଏକତା ରୁଜୁରେ ବାନ୍ଧି ହୋଇ ଏହି ଶିବିରରେ ନିଜର ବହୁମୂଲ୍ୟ ରକ୍ତକୁ ଜନ ସାଧାରଣଙ୍କ ହିତ ନିମନ୍ତେ ସ୍ଵେଚ୍ଛାକୃତ ଭାବରେ ଦାନ କରିଥିଲେ l ଏହି ଶିବିରରେ ୨୦ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଏହାକୁ ସଫଳ କରିବା ଦିଗରେ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ନିର୍ମଳ ରଣା ପୂର୍ଣ୍ଣ ମାତ୍ରାରେ ଦାୟିତ୍ଵ ନିର୍ବାହ କରିଥିଲେ l
Sign in
Sign in
Recover your password.
A password will be e-mailed to you.