କିଡଜୀ ପ୍ଲେସ୍କୁଲର ୫ମ ବାର୍ଷିକ ଉତ୍ସବ  ଏବଂ ପ୍ରିଲଞ୍ଚିଂ କାର୍ଯ୍ୟକ୍ରମ ଉଦଯାପିତ

0

 

ବାରିପଦା (ଦିଲ୍ଲୀପ[ ମହାନ୍ତି) : ବାରିପଦା ବାଘଡାରୋଡ ସ୍ଥିତ କିଡଜୀ ପ୍ଲେସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ପ୍ରିଲଞ୍ଚିଂ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ କିଡଜୀର ନୂଆ ସିଲାବସ ଉନ୍ମୋଚିତ ହେବା ସହ ନୂତନ ଟେକ୍ନୋଲୋଜି ମାଧ୍ୟମରେ ଟ୍ୟାବ ଦ୍ୱାରା କୁନିକୁନି ଛାତ୍ରଛାତ୍ରୀମାନଙ୍କ  ପାଇଁ  ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗଦେଇ ବିଦ୍ୟାଳୟରେ ଅଧ୍ୟୟନରତ କୁନିକୁନି ପିଲାମାନେ ଆଗାମୀ କାଲିର ଭବିଷ୍ୟତ । କିଡଜୀ ଦୀର୍ଘ ୫ବର୍ଷଧରି ନୂଆ ନୂଆ ଟେକ୍ନୋଲୋଜୀ ମାଧ୍ୟମରେ ପିଲାଙ୍କର ବୌଦ୍ଧିକ ବିକାଶ ନିମନ୍ତେ ପ୍ରୟାସ ଜାରି ରଖିଥିବାରୁ ଏବଂ ବିଦ୍ୟାଳୟ ତରଫରୁ ବିଭିନ୍ନ ସମୟରେ ବୃକ୍ଷରୋପଣ, ଟ୍ରାଫିକ ସଚେତନତା ଭଳି ସମାଜରେ ଗଠନ ମୂଳକ କାର୍ଯ୍ୟକ୍ରମମାନ ହାତକୁ ନେଇ କାର୍ଯ୍ୟ କରି ଆସୁଥିବାରୁ ସ୍କୁଲର ପ୍ରତିÂାତା ତଥା ସମସ୍ତ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟ ବକ୍ତା ଭାବରେ ଅନିନ୍ଦିତା କର ଯୋଗଦେଇ ନୂଆ ଟେକ୍ନୋଲୋଜୀରେ ପିଲାଙ୍କୁ ଶ୍ରେଣୀ କୋଠରୀରେ ଶିକ୍ଷାଦାନ ସହିତ ସେମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ କିଡଜୀ ପ୍ରୟାସରତ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ମାନୀତ ଅତିଥି ଭାବରେ ଜୀ ଲର୍ନ ଲିଃ.ର ରିଜିଓନାଲ ମେନେଜର ତଥା ସମାଜସେବୀ ଆଦିତ୍ୟକୁମାର ପଣ୍ଡା  ଯୋଗଦେଇ ପିଲା ମାନଙ୍କୁ ସଠିକ ଭାବରେ ଗଢିତୋଳିବା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେବା ସହ ପିଲାମାନଙ୍କୁ ନିଜନିଜ ବକ୍ତବ୍ୟରେ ପ୍ରେରଣା ଯୋଗାଇ ଦେଇଥିଲେ ଏବଂ ଏହି ସ୍କୁଲରେ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପର୍ବ ପାଳନ କରି ଏକ ନୂଆ ପରମ୍ପରା ସୃଷ୍ଟି କରିଥିବାର କହିଥିଲେ । ଏହି ଅବସରରେ ସ୍କୁଲର ପିଲାମାନଙ୍କ ମଧ୍ୟରେ ଅନୁÂିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସୁନାମଧନ୍ୟା ଓଲିଉଡ ଅଭିନେତ୍ରୀ ମିସ ଏଲିନା ସାମନ୍ତରାୟଙ୍କ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଲେ ବିଦ୍ୟାଳୟର କୁନିକୁନି କଳାକାର ମାନଙ୍କଦ୍ୱାରା ପ୍ରଦର୍ଶିତ ବିଭିନ୍ନ ପ୍ରକାର ନୃତ୍ୟକୁ ସମସ୍ତେ  ମନଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ସଂଯୋଜିକା ସୁଚିସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ କୃଷ୍ଣା ସାହୁ, ଅନୀତା ବିଶ୍ୱାଳ, ମୋନାଲିସା ଶତପଥୀ, ମୀନାକ୍ଷୀ ସାମଲ, ବନ୍ଦନା ମାଝି, ତନୁଶ୍ରୀ ଦାସ ପ୍ରମୁଖ ପରିଚାନାରେ ସହଯୋଗ କରିଥିଲେ ।  

 

 

Leave A Reply

Your email address will not be published.