ଭାଇ ପାଇଁ ଭଉଣୀର ରାକ୍ଷୀ ରକ୍ଷା କବଚ

4

ଓଡ଼ଗାଁ,୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକର ବାହାଡ଼ାଝୋଲା ପଞ୍ଚାୟତ ସାହିରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵର ବିଶ୍ବବିଦ୍ୟାଳୟ ଶାନ୍ତି ସରୋବରରେ ରାକ୍ଷୀ ପୂର୍ଣିମା ପର୍ବ ପାଳିତ ହୋଇଯାଇଛି । ଭଉଣୀର ପବିତ୍ରତା ରକ୍ଷା କରିବା ଭାଇର ଦାୟିତ୍ୱ। ତଦନୁଯାୟୀ ଚଳିତ ମାସ ୧ ତାରିଖ ଠାରୁ ବ୍ରହ୍ମାକୁମାରୀ ଭଉଣୀମାନେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସମସ୍ତ ପ୍ରସାଶନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଳକ ଓ ପୋଲିସ୍ ପ୍ରଶାସନ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ଓଡ଼ଗାଁ ଅଦାଲତରେ ଜଜ୍ ଏବଂ ଅଧିବକ୍ତା ଓ କର୍ମଚାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ସେହିପରି ନୟାଗଡ଼ ଜେଲ୍ ଓ ସେବାଶ୍ରମରେ ରହୁଥିବା ମାନସିକ ଅନଗ୍ରସର ଭାଇ ମାନଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ଶନିବାର ବାହାଡ଼ାଝୋଲା ଶାନ୍ତି ସରୋବର ମୁଖ୍ୟ ସଞ୍ଚାଳକ ବ୍ରହ୍ମ କୁମାରୀ ଲକ୍ଷ୍ମୀ ଭଉଣୀ, କଳ୍ପନା, ଜୟନ୍ତୀ, ସସ୍ମିତା ଏବଂ ପ୍ରମୋଦ ଓ କୃଷ୍ଣ ଭାଈଙ୍କ ସହଯୋଗରେ ସକାଳ ୬ଟା ସମୟରୁ ରାଜଯୋଗର ଅଭ୍ୟାସ ତତ୍ ସହିତ ପରମାତ୍ମା ପିତାଙ୍କର ମହାକାବ୍ୟ ଶ୍ରବଣ କରାଯାଇଥିଲା।

Leave A Reply

Your email address will not be published.