ବିପଦ ଆଣିବ ମୁକୁଳା ଟ୍ରାନ୍ସଫରମର

4

ଓଡ଼ଗାଁ,୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଦଳୀ ବନ୍ଧ ମୈ।ଜାର ରାଜ୍ୟ ରାଜପଥ ଆମ୍ବ ବଗିଚା ପାର୍ଶ୍ବରେ ଦୀର୍ଘଦିନ ଧରି ମୁକୂଳା ଭାବେ ରହିଥିବା ଟ୍ରାନ୍ସଫରମର ଯେପରି ବିପଦ ସୃଷ୍ଟି ପାଇଁ ଚାହିଁ ରହିଛି । ଟ୍ରାନ୍ସଫରମର ଚତୁଃପାର୍ଶ୍ଵରେ ସୁରକ୍ଷା ପ୍ରାଚିର ନଥିବା ବେଳେ ଖୁଣ୍ଟ ତଳଭାଗରେ ଖୋଲାରେ ଫିୟୁଜ କଟ୍ ପଏଣ୍ଟ ରହିଛି । ଏଥିସହିତ ନିକଟ ଦେଇ ଟ୍ରାନ୍ସଫରମର ପଛକୁ ଯାଇଥିବା ରାସ୍ତା ଠାରୁ ବୃକ୍ଷଲତା ମାଡ଼ି ସେହି ପର୍ଯ୍ୟନ୍ତ ଲାଗିରହିଛି । ଉକ୍ତ ସଙ୍କିନ୍ନ ରାସ୍ତା ଦେଇ ଲୋକମାନେ ଯିବାଆସିବା କରୁଥିବାରୁ ଯେକୌଣସି ସମୟରେ ସେମାନେ ବିଦ୍ୟୁତ୍ ଆଘାତର ଶିକାର ହେବାର ସମ୍ଭାବନା ରହିଛି । ଏବଂ ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ମାଲିକମାନେ ଗୃହପାଳିତ ଗାଈଗୋରୁଙ୍କୁ ଖୋଲାରେ ଛାଡି ଦେଉଥିବାରୁ କୌଣସି ସମୟରେ ସବୁଜ ଘାସଲଟା ଖାଇବାକୁ ମୁହଁ ବଢାଇଲେ ବିଦ୍ୟୁତ ଆଘାତ ଜନିତ ଦୁର୍ଘଟଣା ନିଶ୍ଚିତ ଘଟିବ । ଏଥିସହିତ ସ୍ଥାନୀୟ ଜଙ୍ଗଲରେ ହାତୀ ବିଚରଣ କରୁଥିବାରୁ ଯେକୌଣସି ସମୟରେ ସେମାନେ ଚାଲିଆସି ଗଛଲତା ଓ କଦଳୀ ପତ୍ର ଖାଇବାକୁ ଚେଷ୍ଟାକଲେ ଦୃଘଟଣାର ଶିକାର ହୋଇ ପାରନ୍ତି । ସୂଚନା ଥାଉକି କଦଳିବନ୍ଧ ଏରିଆକୁ ବିଗତବର୍ଷ ମାନଙ୍କରେ ହାତୀପଲ ଆସି ନିକଟସ୍ଥ ତୋଟାରେ ପହଞ୍ଚିଥିଲେ । ଏଣୁ କୌଣସି ସମୟରେ ସେମାନେ ପସିଆସିଲେ ମୁକୂଳା ଟ୍ରାନ୍ସଫରମର ଜୀବନ୍ତ ଖୋଲାତାର ସେମାନଙ୍କ ପାଇଁ ବିପଦ ଡାକିଆଣିବ । ସତର୍କତା ଦୃଷ୍ଟିରୁ ବର୍ତ୍ତମାନ ଠାରୁ ବିଦ୍ୟୁତ୍ ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.