ବିଜେପୁର :-ବୋଲବମ୍ ହର ହର ବୋମ, ଜଟା ଧାରୀ ପାର କରେଗା, ଡମ୍ବରୁ ଧାରୀ ପାର କରେଗା । ଏହି ଶ୍ରଦ୍ଧା ବିଶ୍ବାସ ଓ ଭକ୍ତିର ସହ ବୋଲବମ୍ ମାନସିକ ବ୍ରତ ଧାରି ଶ୍ରାବଣ ମାସରେ ପ୍ରଭୁ ଭୋଲେନାଥ ଙ୍କ ପୁଜା କରି ନିଜ ନିଜର ମନ ସ୍କାମନା ପୂରଣ ନିମନ୍ତେ କଠିନ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଗୁରୁ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ ଶ୍ରାବଣ ମାସ ଶେଷ ହୁଏ ଗହ୍ମା ପୂର୍ଣ୍ଣିମା ଯାହାକୁ ରାକ୍ଷୀ ପୂର୍ଣ୍ଣିମା ବୋଲି ମଧ୍ଯ କୁହାଯାଏ । ଏହି ବ୍ରତଧାରି ମାନଙ୍କ କହିବା ମୁତାବକ ଆମ୍ଭେମାନେ ଗେରୁଆ ବସ୍ତ୍ର ପରିଧାନ କରି ଦିନରେ ଥରେ ବିନା ପିଆଜ ରୋଷଣ ଭୋଜନ କରୁ, ଚୁଟି, ଦାଢ଼ି,ନଖ ,ନଖ କାଟି ନ ଥାଉ । ସାଧୁଙ୍କ ଭଳି ଜୀବନ ବିତାଉ ଏବଂ ସମ୍ପୂର୍ଣ୍ଣ ବ୍ରହ୍ମଚର୍ୟ୍ୟ ପାଳନ କରିଥାଉ । ଶନିବାର ସନ୍ଧ୍ୟାରେ ନୃସିଂହନାଥ ମନ୍ଦିର ରୁ ପାଣି ଉଠାଇ ନିଜ ଗନ୍ଧବ୍ୟ ସ୍ଥଳକୁ ପାଦରେ ଚାଲି ଚାଲି ଯାଇଥାଉ। ଏହି ପରିପେକ୍ଷୀରେ ତାଳପଦର ଗ୍ରାମ ର ଭକ୍ତ ଦିର୍ଘ ଏକମାସ ଧରି ସମ୍ମୁ ସଦାଶିବ ଶିବଙ୍କ କଢ଼ା ବ୍ରତ ପାଳନ କରି ପ୍ରଥମ ସୋମବାର ବରଗଡ ଜ଼ିଲ୍ଲା ଗାଈସୀମା ଶିବ ମନ୍ଦିର ମହାଦେବଙ୍କ ଜଳ ଲାଗି କରିଥିଲେ। ଦ୍ବିତୀୟ ସପ୍ତାହ ଛତିଶଗଡ ଶିଶୁପାଳଗଡ଼ ଶିବମନ୍ଦିର ଠାରେ ଜଳ ଢାଳି ଥିଲେ । ସେହି ଭଳି ଛତିଶଗଡ ଗରିଆବନ ଠାରେ ଜଳଢାଳି ଥିଲେ । ଚତୁର୍ଥ ସୋମବାର ନୃସିଂହନାଥ ପବିତ୍ର ଜଳ ଆଣି ତାଳପଦର ଶିବ ମନ୍ଦିର ଠାରେ ଏହିଭଳି ୪ସପ୍ତାହ ଶିବଲିଙ୍ଗରେ ଜଳ ଢାଳି ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିବା ସହ ଆୟୁ ଆରୋଗ୍ୟ କାମନା କରିଛନ୍ତି ବ୍ରତଧାରୀ । ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଶ୍ରାବଣ ମାସକାମନା କରିଛନ୍ତି ବ୍ରତଧାରୀ । ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଶ୍ରାବଣ ମାସ ଶେଷ ହେବ। ମାସ ତମାମ ସାଙ୍ଗସାଥି ହୋଇ ଦୁରଦୁରାନ୍ତ ଖାଲି ପାଦରେ ଚାଲିବା, ଜଣେ ଜଣକୁ ସାହାଯ୍ୟ ସହଯୋଗ କରିବା ଓ ରାତ୍ରିର ଅନ୍ଧକାରରେ ବାଟ ଚାଲିଚାଲି ସମସ୍ତେ ପ୍ରଭୁ ଭୋଳାନାଥଙ୍କୁ ଡାକିବା ଏକ ନିଆରା ଅନୁଭୂତି ଥିଲା ବୋଲି ଅଶ୍ରୁଭରା ନୟନରେ କହିଛନ୍ତି ବ୍ରତଧାରି। ସରିଲା ଶ୍ରାବଣ ମାସ, ଅପେକ୍ଷାରେ ରହିବୁ ଆର ବରଷ କିନ୍ତୁ, ଯେତେ ବର୍ଷ ପାରିବୁ ଏହି ଶ୍ରାବଣ ମାସ ବୋଲବମ୍ ଦୀକ୍ଷାରେ ସାମିଲ୍ ହୋଇଥିବୁ ବୋଲି ନିଜ ଅନୁଭୂତି ପ୍ରଦାନ କରିଛନ୍ତି ବରିଷ୍ଠ ବ୍ରତଧାରି ମାନେ ।
Sign in
Sign in
Recover your password.
A password will be e-mailed to you.
Prev Post