ସୁବର୍ଣ୍ଣପୁର ରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇ ଯାଇଛି।

4

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଆଜି ଅଗଷ୍ଟ ମାସ ୯ ତାରିଖ ପାଳିତ ହେଉଛି ବିଶ୍ଵ ଆଦିବାସୀ ଦିବସ । ଏହି ପରିପ୍ରେକ୍ଷୀରେ ରେ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ଶାଖା ତରଫ ରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପାଳିତ ହୋଇ ଯାଇଛି ବିଶ୍ଵ ଆଦିବାସୀ ଦିବସ । ପ୍ରଥମେ ସୁରେଶ୍ଵରୀ ମନ୍ଦିର ରୁ ନୂତନ ଟାଉନ୍ ହଲ ଯାଏଁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବାଦ୍ୟ ର ତାଳେ ତାଳେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଟାଉନ୍ ହଲ ଠା ରେ ହୋଇଥିବା ସାଧାରଣ ସଭା ରେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକ ଯୋଗଦାନ କରିଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ, ସଂଘ ଉପସଭାପତି ଗୁପ୍ତେଶ୍ୱର ମଲ୍ଲିକ, ସଂଘ ସମ୍ପାଦକ ଲମ୍ବୋଧର ଧରୁଆ ଙ୍କ ସହ ନରୋତ୍ତମ ଆଡବାଙ୍କ, ରୋହିତ କଅର, ଅବଧୂତ ଆଡବାଙ୍କ, ସୁବାସ ଭୋଇ, ଭାଗିରଥି ମୁଣ୍ଡା, ନନ୍ଦନ ବାରିକ, ସୁରେନ୍ଦ୍ର ଭୋଇ ସମେତ ଆଦିବାସୀ କଲ୍ୟାଣ ସଂଘ ର ଅନେକ କର୍ମକର୍ତ୍ତା ଯୋଗଦାନ କରିଥିଲେ। ତରଭା ବ୍ଲକ୍ ର ପୂର୍ବତନ ଚେୟାରମେନ ସଂଗୀତା ମଲ୍ଲିକ,ସୋନପୁର ବ୍ଲକ୍ ର ପୂର୍ବତନ ଚେୟାର ମେନ୍ ମାଧବିଲତା କଅର ପ୍ରମୁଖ ଯୋଗଦାନ କରିଥିଲେ। ସ୍ଥାନୀୟ ନୂତନ ଟାଉନ୍ ହଲ ରେ ଆଦିବାସୀ କଲ୍ୟାଣ ସଂଘ ଜାତି ଉଦ୍ଦ୍ୟେଶ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଦା ସର୍ବଦା ଆଦିବାସୀ ଙ୍କ ସୁଖ ଦୁଃଖ ରେ ସାଥୀ ହେବା ସହ ନ୍ୟାୟିକ ପ୍ରଦାନ କ୍ଷେତ୍ର ରେ ସାହାଯ୍ୟ କରିବା ନେଇ ଆଶାବ୍ୟକ୍ତ କରିଥିଲେ ସାଧାରଣ ସଭା ରେ। ସମସ୍ତ ଅତିଥି ଆଦିବାସୀ ମାନଙ୍କ ହକ ସମ୍ମାନ କୁ ବଜାୟ ରଖିବା ବିଷୟ ରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସେହିପରି ଡୁଙ୍ଗୁରିପାଲି ଆଦିବାସୀ କାର୍ଯ୍ୟାଳୟ ରେ ବିଶ୍ବ ଆଦିବାସୀ ଦିବସ ଅବସରରେ ଶ୍ୟାମସୁନ୍ଦର ଭୋଇ ଆବାହକ, ମୁଖ୍ୟଅତିଥ୍‌ ବାଳମୁକୁନ୍ଦ ଭୋଇ,ଯୁବରାଜ ବରିହା, ଧୋବା ଭୁଏ, ରଙ୍କମଣି ବାଗ, କବି ଭୋଇ, ଥବିର ମିର୍ଦ୍ଧା, ଗଙ୍ଗାଧର ବାଗ, ଟଙ୍କ ଭୋଇ, ନବୀନ ମିର୍ଦ୍ଧା, ଶତୃଘ୍ନ ବରିହା, ନାରାୟଣ ଭୋଇ, ବୃନ୍ଦାବନ ଭୁଏ, ଲକ୍ଷ୍ମଣ ଭରାସାଗର, ରାଜୁ ତାଣ୍ଡି, ଜୟ କୁମାର ବରିହା, ଭାଗିରଥୂ ବାଗ ବନବାସ ଭୁଏ, ଦୂତିଆ ଭୂଏ, ଚୂଡାମଣି ସାହୁ, ବସୁଦେବ ଖୁଣ୍ଡଲା, ଅଭି ବାରିକ, ବିଜେନ୍ଦ୍ର କୁମାର ଭୋଇ ଅଣାକାର ସୁନା, ପ୍ରବୀର କୁମାର ଭୋଇ ପ୍ରମୁଖ ବିଶ୍ବ ଆଦିବାସୀ ଦିବସ ପାଳନ କରିଥିଲେ ।

Leave A Reply

Your email address will not be published.