ସ୍ୱଭାବକବି ଗଙ୍ଗାଧର ମେହେର ଙ୍କ ୧୬୪ ତମ ଜୟନ୍ତୀ ପାଳିତ

4

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାହିତ୍ୟ ଓ ସଂସ୍କୃତି ସଂସଦ ଏବଂ ଭୁଲିଆସମାଜ ର ମିଳିତ ଆନୁକୁଲ୍ୟରେ ଡୁଙ୍ଗୁରିପାଲି ଆର ଏମ ସି ପରିସରରେ ସ୍ୱଭାବକବି ଗଙ୍ଗାଧର ମେହେର ଙ୍କ ୧୬୪ ତମ ଜୟନ୍ତୀ ପାଳିତ ହୋଇଯାଇଅଛି l ପ୍ରଥମେ ଅତିଥି ଙ୍କ ଦ୍ଵାରା ପ୍ରଥମେ ଗଙ୍ଗାଧର ମେହେର ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରି ଶିଶୁ ମନ୍ଦିରର ଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ l ଆଜି ହେଉଛି ଗମ୍ଭାପୂର୍ଣିମା ଓ ରକ୍ଷା ବନ୍ଧନ ଭଳି ପବିତ୍ର ଦିନ ରେ ସ୍ଵଭାବକବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ ଅବସରରେ ଗଙ୍ଗାଧର ମେହେର ଙ୍କ ରଚିତ ‘ଇନ୍ଦୁମତୀ ‘ କାବ୍ୟ ପାରାୟଣ ପ୍ରସିଦ୍ଧ ଗାୟକ ଦାଶରଥି ବେହେରା ଓ ବାଦ୍ୟ ପ୍ରମୋଦ ଭୋଇ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା l ଏହା ସହିତ ଗଙ୍ଗାଧର ମେହେର ଙ୍କ ଉପରେ ରଚିତ କବିତା ପାଠୋତ୍ସବ ଏବଂ ଗଙ୍ଗାଧର ଙ୍କ ଉପରେ ଆଲୋଚନlଚକ୍ର ଆଦି ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ TF କଲେଜ ଅଧ୍ୟକ୍ଷ ଡ. ସରୋଜ କୁମାର ଦେବତା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ କଲେଜ ବରଗଡ଼ ଆସିଷ୍ଟାଣ୍ଡ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ଗଙ୍ଗାଧର ମେହେର ଙ୍କ ଉପରେ ପ୍ରାଞ୍ଜଳ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏଥିରେ ଡୁଙ୍ଗୁରିପାଲି ସାହିତ୍ୟ ଓ ସାଂସ୍କୃତିକ ସଂସଦ ସଭାପତି ଡ. ସୁବାଷ ଚନ୍ଦ୍ର ପାତ୍ର, ସମ୍ପାଦକ ଅମୂଲ୍ୟ କୁମାର ବେହେରା, ରାଧେଶ୍ୟାମ ମେହେର ଭୁଲିଆ ସମାଜ କେନ୍ଦ୍ର ସଭାପତି ,ବିପ୍ର ଚରଣ ସାହୁ, ଲକ୍ଷୀଂନ୍ଦ୍ର ନାଏକ ,ସନ୍ତୋଷ ପ୍ରଧାନ, ଭୁଲିଆ ସମାଜ ର ସମସ୍ତ କର୍ମକର୍ତ୍ତା ସହ ବୁଦ୍ଧିଜିବୀ ଓ ସ୍ଥାନୀୟ ଅଂଚଳବାସୀ ଯୋଗ ଦେଇଥିଲେ l

Leave A Reply

Your email address will not be published.