ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତୁତି ବୈଠକ

4

ସୁବର୍ଣ୍ଣପୁର, ଶାସକ ପ୍ରସାଶକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆରଏମସି ପରିସରରେ ଡୁଙ୍ଗୁରିପାଲି ଏସସି /ଏସଟି ସରକାରୀ କର୍ମଚାରୀ ସଂଘ ମିଳିତ ସହଯୋଗ ରେଏବଂ ଆଗଲପୁର ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନିର୍ଜଲା ସାଗର ଙ୍କ ଅଧକ୍ଷତା ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ପ୍ରସ୍ତୁତି ଵୈଠକରେ ପାରମ୍ଭରୁ ବିଶ୍ୱ ଆଦିବାସୀ ଦିବସ ଓ ସ୍ୱ ଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ କରାଯାଇଥିଲା |ପରେ ପରେ ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ଛକଠାରେ ସମ୍ବିଧାନ ପ୍ରଣେତା ଡ଼କ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଉକ୍ତ ଛକ କୁଆମ୍ବେଦକର ଛକ ନାମରେ ନାମିତ କରିବା ପାଇଁ ଆଲୋଚନା କରାଯାଇଥିଲା |ବାବାସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ କମିଟିରସଭାପତି ଖଗେଶ୍ୱର କୁମ୍ଭାର, ବ୍ଲକର ସମସ୍ତ ଜନସାଧାରଣ, ବୁଦ୍ଧିଜୀବି, କର୍ମଚାରୀ, ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଅନୁରୋଧ କରିଥିଲେ |ମାନ୍ୟବର ମନ୍ତ୍ରୀ ଗଣ, ସ୍ଥାନୀୟ ବିଧାୟକ, ଜିଲା ପରିଷଦ ଅଧକ୍ଷା, ବ୍ଲକ ଅଧକ୍ଷା, ସମିତି ସଭ୍ୟ, ସରପଞ୍ଚ ଙ୍କୁ ଉକ୍ତ କାର୍ଯ୍ୟରେ ଯୋଗଦେବା ସହ ସହଯୋଗ କରିବା ସକାଶେ ଏସସି କଲ୍ୟାଣ ସମିତିର ସଭାପତି ସୁରୁବାବୁ ନନ୍ଦ ପ୍ରସ୍ତାବ ଆଗତ କରିଥିଲେ |ବାବାସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ କମିଟିର କାର୍ଯ୍ୟକାରୀ ସଭାପତି ଜୟ କିସନ ତାଣ୍ଡି,ସହ ସମ୍ପାଦକ ପ୍ରକାଶ କୁମ୍ଭାର,ଗୋପବନ୍ଧୁ ବାଗ,ସଂଜୀବ ସାଗର, ବରପାଲି ବ୍ଲକ ଆମ୍ବେଦକର ସୃତି କମିଟିର ଭିମସେନ ସିକା, ରବୀନ୍ଦ୍ର କୁମ୍ଭାର,ଉପସ୍ଥିତ ଥିଲେ |

Leave A Reply

Your email address will not be published.