ଓଡଗାଁ,୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୁହିକ ସେବା କେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ସାମୁହିକ ବର ଲକ୍ଷ୍ମୀ ବ୍ରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତ ଶ୍ରୀସତ୍ୟ ସାଇବାବାଙ୍କ ନିର୍ଦେଶିତ ପୂଜା ବିଧାନ ଅନୁସାରେ ବର୍ଷକୁ ଥରେ ଶ୍ରାବଣ ପୁର୍ଣିମା ବା ରାକ୍ଷୀ ପୁର୍ଣିମା ପୂର୍ବ ଶୁକ୍ରବାରରେ ଅନୁଷ୍ଠିତ ହୋଇ ଆସୁଛି । ଫଳତଃ ଏଥିରେ ସ୍ଥାନୀୟ ଅଂଚଳର ୩୫ ଜଣ ସାଇ ପ୍ରେମୀ ପରିବାର ମହିଳା ସଦସ୍ୟା ଅଂଶଗ୍ରହଣ କରିବା ସହିତ ବ୍ରତ ପାଳନ ଓ ଧାରଣ କରିଥିଲେ । ଏବଂ ସମସ୍ତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଆସିଥିବା ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଡ. ମାନସ ରଂଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଏନଏସି ନିର୍ବାହୀ ଅଧିକାରୀ ନିହାର ରଂଜନ ବେହେରା, ଥାନା ଅଧିକାରୀ ଚକ୍ରଧର ସିଂ, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି, ମେଡିକାଲ ଅଫିସର ଡ. ଦୀପକ କୁମାର ବଳ,ଶିଳ୍ପପତି ରବୀନ୍ଦ୍ର କୁମାର ପାତ୍ରଙ୍କ ସମେତ ଶତାଧିକ ପରିବାର ଅଂଶଗ୍ରହଣ କରିଥିଲେ । ପଣ୍ଡିତ ହେମନ୍ତ କୁମାର ହୋତା, ରୁଦ୍ରନାରାୟଣ ପାଣିଗ୍ରାହୀଙ୍କ ସହିତ ନ୍ୟାୟରଞ୍ଜନ ପୃଷ୍ଟି ବ୍ରତ ପୂଜା ପାଠ କରିବା ସହିତ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେବା କେନ୍ଦ୍ର ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକ, ସେବା ସଂଗଠକ ପ୍ରସନ୍ନ କୁମାର ଭଟ୍ଟ, ଯୁବ ସଂଯୋଜକ ଚନ୍ଦନ କୁମାର ପାତ୍ର, ବିକାଶ କୁମାର ମହାରଣା, ଲିଙ୍କନ ପୃଷ୍ଟି,ବରିଷ୍ଠ ସଦସ୍ୟ ଚକ୍ରଧର ନାୟକ, କିଶୋର ଚନ୍ଦ୍ର ସାହୁ, ମହିଳା ଆଧ୍ୟାତ୍ମିକ ସଂଯୋଜିକା ମମତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.