କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ରୀର ସଫଳତା

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨/୮/୨୦୨୫ ଠାରୁ ୬/୮/୨୫ ପର୍ଯ୍ୟନ୍ତ ବାଙ୍ଗାଲୋର ଠାରେ ରାଜ୍ଯ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ଡାଇକୋନଡୁ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା।  ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ବାଳିକା ଖେଳାଳୀ ଅଂଶଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ଜିଲ୍ଲା ଟାଇକୋନ୍‌ଡୁ ଅନୁଷ୍ଠାନରୁ ମୋଟ ୨ ଜଣ ପ୍ରତିଯୋଗୀ (ବାଳିକା) ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସୁବର୍ଣ୍ଣା ସାହୁ କାଂସ୍ଯ ପଦକ ହାସଲ କରି ଗଜପତି ଜିଲ୍ଲାର ମାନ ରଖିଛନ୍ତି ବୋଲି ଜିଲ୍ଲା ତାଇକୋନଡୁ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମ କୁ ଲିଖିତ ସୂଚନା ପ୍ରଦାନ ଦେଇଛନ୍ତି।

Leave A Reply

Your email address will not be published.