ଗାୟତ୍ରୀ ବିଦ୍ୟାମନ୍ଦିରରେ ମଶାବାରୀରେ ମୋ ପାଇଁ ଗଛଟିଏ କାର୍ଯ୍ୟକ୍ରମ, ବିଦ୍ୟାର୍ଥୀଙ୍କୁ ୨ ଶହ ଚାରା ବଣ୍ଟନ

4

ଓଡ଼ଗାଁ,୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ଅନୁଷ୍ଠିତ ‘ମୋ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାମନ୍ଦିରର ୨ଶହ ବିଦ୍ୟାର୍ଥୀଙ୍କୁ ଆତ, ଆମ୍ବ, ପଣସ, ପିଜୁଳି, ହରିଡା ଚାରା ବଣ୍ଟନ କରାଯାଇଥିଲା । ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷ ହିଁ ଜୀବର ବନ୍ଧୁ ଆଲୋଚନାରେ ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସନ ବନପାଳ ସରିତା ବରାଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମାନବ ସହିତ ସମସ୍ତ ପ୍ରାଣୀ ଜଗତ ପ୍ରତି ଗଛର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ବର୍ଷା ପ୍ରିୟଦର୍ଶିନୀ ଏବଂ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ‘ମୋ ପାଇଁ ଗଛଟିଏ’ ବିଷୟ ଭିତ୍ତିକ ଉପସ୍ଥାପନା ଏବଂ ଦଳ ଗତ ନୃତ୍ୟ ପରିବେଷଣ ସମସ୍ତଙ୍କ ପାଇଁ ଥିଲା ବେଶ୍ ଆକର୍ଷଣୀୟ । ପ୍ରତ୍ୟେକ ଶିଶୁ ସେମାନଙ୍କ ବାପା ମା’ ଓ ଅଭିଭାବକଙ୍କୁ ସାଙ୍ଗରେ ଧରି ଗଛ ଲଗାଇବାର ଫଟୋ ଉଠାଇ ବିଦ୍ୟାମନ୍ଦିର ଗ୍ରୁପରେ ଛାଡ଼ିବା ପାଇଁ ବିଦ୍ୟାମନ୍ଦିର ଅଧ୍ୟକ୍ଷ ବୀରେନ୍ଦ୍ର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ଭେଙ୍କଟସ୍ବାମୀ ପାଣିଗ୍ରାହୀ, ନାରାୟଣ ପ୍ରଧାନ, ଦିବ୍ୟ ଲୋଚନ ପଣ୍ଡା, ଅମିତା ଦାଶ, ପ୍ରଭାତୀ ତ୍ରିପାଠୀ, ସଞ୍ଜୁଲତା ମିଶ୍ର, ସସ୍ମିତା ପାଣିଗ୍ରାହୀ, ସନ୍ତୋଷିନୀସାହୁ, ପ୍ରଭାତୀ ଖଣ୍ଡା, ଝରଣା ସେଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.