ଗୁଣପୁର ଠାରେ 70 ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ୭୦ତମ  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗୁଣପୁର ମିନି ଷ୍ଟାଡ଼ିୟମ୍ ଠାରେ ସ୍ଥାନୀୟ ଉପଜିଲ୍ଲାପାଳ ଅଭିବାଦନ ଗ୍ରହଣ କରି ପତାକା ଉତ୍ତୋଳନ କରିଛନ୍ତି। ଏଠାରେ ଅନୁଷ୍ଠିତ ପ୍ୟାରଡ଼ରେ 17 ଗୋଟି ଅନୁଷ୍ଠାନର କେଡ଼ର ଗ୍ରୁପ ଅଂଶ ଗ୍ରହଣ କରିଥିଲେ। ପତାକା ଉତ୍ତୋଳନ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ ପରେ ସର୍ବସାଧାରଣ ପ୍ୟାରଡ଼ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଶିକ୍ଷାନୁଷ୍ଠାନ ମାନଙ୍କ ପକ୍ଷରୁ ମକ୍ ଡ୍ରିଲ୍ ଓ ରଙ୍ଗା ରଙ୍ଗ କାର୍ଯ୍ୟମାନ ପରିବେଶ କରାଯାଇଥିଲା। ସର୍ବୋତ୍କୃଷ୍ଟ ପ୍ୟାରଡ଼ ପରିବେଷଣ ରେ  ପ୍ରଥମ ସ୍ଥାନ ଗୁଣପୁର ମହାବିଦ୍ୟାଳୟ, ଦ୍ଵିତୀୟ ସ୍ଥାନ ଗୁଣପୁର ବାଳିକା ଉଚ୍ଚ ବିଦ୍ୟାଳୟ, ତୃତୀୟ ସ୍ଥାନ ଗୁଣପୁର ବାଳକ ଉଚ୍ଚ ବିଦ୍ୟାଳୟ ହାସଲ କରି ପୁରସ୍କୃତ ହୋଇଥିବା ବେଳେ ମକ୍ ଡ୍ରିଲ୍ ପାଇଁ ଗୁଣପୁର ସରସ୍ଵତୀ ଶିଶୁ ମନ୍ଦିର ପୁରସ୍କୃତ ହୋଇଥିଲେ। ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତା ଗୁଡିକରେ କୃତିତ୍ଵ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଷ୍ଟାଡିୟମ ପଡିଆ ରେ ସର୍ବସାଧାରଣ ଙ୍କ ଉପସ୍ଥିତିରେ ପୁରସ୍କୃତ କରାଯାଇଥିଲା। ଏଥିରେ ସ୍ଥାନୀୟ ସମସ୍ତ ସରକାରୀ ଦପ୍ତର ଅଧିକାରୀ ଓ କର୍ମଚାରୀ ଙ୍କ ସହ ସମସ୍ତ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ବିଦ୍ୟାର୍ଥୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ସେହିଭଳି ସକାଳୁ ସକାଳୁ ସ୍କୁଲ୍ କଲେଜ ଏବଂ ବ୍ଲକ ,ତହସିଲ ଅଫିସ ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

 

Leave A Reply

Your email address will not be published.