ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)-, ନିଜ ଝିଅକୁ ଝିଅର ସ୍ୱାମୀ ଏବଂ ରକ୍ଷିତା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ I ଅଭିଯୋଗ କାରିଣୀ ହେଉଛନ୍ତି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗଦ ନାଇକଙ୍କ ସ୍ତ୍ରୀ ଶାନ୍ତି ନାଇକ (୬୦) I ଶାନ୍ତିଙ୍କ ଅଭିଯୋଗ ପ୍ରକାରେ ଗତ ସୋମବାର ସନ୍ଧ୍ୟା ୮:୦୦ ଟା ବେଳେ ତାଙ୍କର ଜଣେ ଭାଣିଜୀ ସାଲୁ ନାଇକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁ ନୂଆଗାଁ ରୁ ଫୋନ୍ କରି ଜଣାଇଲେ ଯେ, ତାଙ୍କ ଝିଅ ପୂଜା ନାଇକ ଗଳାକଟି ଆତ୍ମହତ୍ୟା କରିଛନ୍ତି।
ଏହି ସୂଚନା ପାଇଲା ପରେ ଶାନ୍ତି ନିଜ ପରିବାର ସଦସ୍ୟଙ୍କ ସହିତ ପୂଜାଙ୍କ ଶ୍ୱଶୁର ଘର ଗ୍ରାମ ନୂଆଗାଁରେ ପହଞ୍ଚି ନିଜ ଝିଅର ମୃତଦେହ ଢ଼ାଙ୍କି ହୋଇ ଜମି ଉପରେ ପଡ଼ି ରହିଥିବା ଦେଖିଥିଲେ I ଏହି ସମୟରେ ପୂଜାଙ୍କ ସ୍ୱାମୀ ସନ୍ତୋଷ ନାଇକ ଓରଫ ବବୁଲୁ ଏବଂ ତାଙ୍କ ଦୁଇ ରଖିତା ଅନୀତା ନାଇକ ଓ ଶ୍ରୁତି ପରିଡ଼ା ଓରଫ ପୂଜା ନାଇକ ତାଙ୍କୁ ଘର ଭିତରକୁ ଯିବାକୁ ନଦେବାରୁ ସେମାନେ ଘରକୁ ଫେରିଆସିଥିଲେ। ଶାନ୍ତି ନିଜ ଝିଅକୁ ତାର ସ୍ୱାମୀ ସନ୍ତୋଷ ଏବଂ ତାର ଦୁଇ ରକ୍ଷିତା ଅନିତା ଏବଂ ଶ୍ରୁତି ଓରଫ ପୂଜା ହତ୍ୟା କରିଥିବା ଥାନାରେ ଜଣାଇଥିଲେ I ତାଙ୍କ ଅଭିଯୋଗ ପ୍ରକାରେ ୧୨ ବର୍ଷ ପୂର୍ବରୁ ଶାନ୍ତିଙ୍କ ଝିଅ ପୂଜା ସହିତ ସନ୍ତୋଷ ନାଇକର ବିବାହ ହୋଇଥିଲା ଏବଂ ପରେ ତାଙ୍କର ଚାରି ଜଣ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ । ଗତ ୪ ବର୍ଷ ହେବ ସନ୍ତୋଷ ଅନୀତା ଓ ଶ୍ରୁତି ଓରଫ ପୂଜା ନାମକ ଦୁଇ ଝିଅକୁ ରଖିତା ଭାବରେ ରଖିଛନ୍ତି। ଗତ ୨ ବର୍ଷ ହେବ ସନ୍ତୋଷ ତାଙ୍କ ଦୁଇ ରଖିତା ସହିତ ମିଶି ଶାନ୍ତିଙ୍କ ଝିଅ ପୂଜାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ତେଣୁ ସେ ଅନୁମାନ କରୁଛନ୍ତି ଯେ ତାଙ୍କର ଝିଅଙ୍କୁ ଏମାନେ ମିଶି ହତ୍ୟା କରିଛନ୍ତି ଏବଂ ଏହାକୁ ଆତ୍ମହତ୍ୟା ଭାବେ ଦେଖାଉଛନ୍ତି।ଏହି ଅଭିଯୋଗ ଆଧାରରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଥାନାରେ ଅଭିଯୋଗ କରିଛନ୍ତି। ଶାନ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ବେଲଗୁଣ୍ଠା ଥାନାରେ କେସ୍ ନଂ-୩୯୦/୨୫ ଏକ ମାମଲା ରୁଜୁ କରାଯାଇ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରି ଘଟଣାସ୍ଥଳ ପରିଦର୍ଶନ କରି ମୃତ ପୂଜା ନାଇକଙ୍କ ଶବକୁ ଜବତ କରି ଭଞ୍ଜନଗର ମେଡିକାଲ୍ ରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ଭାଇ ମଣ୍ଟୂ ନାଇକଙ୍କୁ ହସ୍ତାନ୍ତର କରିଥିଲେ I ପୋଲିସ୍ ର ତଦନ୍ତ ପ୍ରକାରେ ମୃତ ପୂଜାଙ୍କ ସ୍ୱାମୀ ସନ୍ତୋଷ ନାଇକ ଜଣେ ଦୂଶ୍ଚରିତ୍ର ବ୍ୟକ୍ତି ଥିବାରୁ ବିବାହର ଏକ ବର୍ଷ ଭିତରେ ଅନେକ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିବା ଆରମ୍ଭ କରିଥିଲା । ଏହା ସହିତ ସେ ବରଗାଁର ଅନୀତା ନାଇକ ଓ ଏବଂ ଡିମ୍ବିରି ପଲ୍ଲୀର ଶ୍ରୁତି ପରିଡ଼ା ଓରଫ ପୂଜା ନାଇକ ନାମକ ଦୁଇ ମହିଳାକୁ ଘରକୁ ଆଣି ପାଖରେ ରଖିଥିଲା । ଏଥିରେ ମୃତ ପୂଜା ନାଇକ ଆପତ୍ତି କରୁଥିବାରୁ ଘରେ ବହୁଥର ବିବାଦ ହୋଇଥିଲା ଏବଂ ଅଭିଯୁକ୍ତ ସନ୍ତୋଷ ପୂଜାଙ୍କୁ ମାଡ଼ ମାରୁଥିଲେ I ତେଣୁ ପୂଜାଙ୍କ ବାପ ଘରଲୋକେ ପୂଜା ଙ୍କୁ ଘରକୁ ନେଇଯାଇଥିଲେ। ଗତ ସାତ ମାସ ପୂର୍ବରୁ ଅଭିଯୁକ୍ତ ସନ୍ତୋଷ ପୁଣିଥରେ ବୁଗୁଡା ଯାଇ ଜନୈକା ନାବାଳିକାକୁ ନେଇଅସି ୨ ଦିନ ତାଙ୍କ ଘରେ ରଖିଥିଲେ। ଏହି ଘଟଣା ବିଷୟରେ ପୂଜା ତାଙ୍କ ବାପା ଘରକୁ ଖବର ଦେଇଥିଲେ। ଏହି ଘଟଣାରେ ବୁଗୁଡା ଥାନା ପୋଲିସ ଅଭିଯୁକ୍ତ ସନ୍ତୋଷ ନାଇକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ଜାମିନ୍ ରେ ଅଭିଯୁକ୍ତ ସନ୍ତୋଷ ନାଇକ ଘରକୁ ଫେରି ଆସିଥିଲେ। ଘଟଣା ଦିନ ସନ୍ତୋଷ ନାଇକ ପୁଣିଥରେ ବୁଗୁଡା ଅଞ୍ଚଳର ନାବାଳିକାକୁ ଘରକୁ ଆଣିବା ପାଇଁ ଜିଦ୍ କରିଥିଲେ । ଏହିକୁ ମୃତ ପୂଜା ବିରୋଧ କରିଥିବା ବେଳେ ଅନ୍ୟ ଦୁଇ ରକ୍ଷିତା ଅନୀତା ଓ ପୂଜା (ଶ୍ରୁତି) ସନ୍ତୋଷକୁ ସମର୍ଥନ କରିଥିଲେ। ଘଟଣା ବିଷୟରେ ମୃତ ପୂଜା ତାଙ୍କ ବାପା ଘରକୁ ଫୋନ୍ ଦ୍ୱାରା ଜଣାଇବା ସହିତ ତାଙ୍କ ସ୍ୱାମୀ ଏବଂ ଦୁଇ ରଖିତା ମିଶି ତାଙ୍କୁ ହତ୍ୟା ହତ୍ୟା କରିବାକୁ ଧମକ ଦେଉଥିବା ଜଣାଇଥିଲେ I ସେହିଦିନ ସନ୍ଧ୍ୟା ପରେ ହିଁ ପୂଜାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା I ଏହି ଘଟଣାରେ ପୋଲିସ୍ ସନ୍ତୋଷୀ ନାଇକ, ଅନୀତା ନାଇକ ଏବଂ ଶ୍ରୁତି ପରିଡ଼ା ଓରଫ ପୂଜା ନାଇକକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.
Prev Post