ବଳଙ୍ଗା ପୀଡିତାକୁ ନ୍ୟାୟ ଦାବିରେ ଅସ୍ତରଙ୍ଗ ବିଜେଡିର ପ୍ରତିବାଦ

4

ଅସ୍ତରଙ୍ଗ,୭/୮ :-ବଳଙ୍ଗା ପୀଡିତାକୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରାର ଅସ୍ତରଙ୍ଗରେ ପ୍ରଭାବ ପଡିଛି | ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ରେ ଶେଷ ହୋଇଥିଲା ବେଳେ ବଜାରକୁ ପ୍ରବେଶ ପୂର୍ବରୁ ଦୁଇଟି ସ୍ଥାନରେ ନୂଆଗଡ ଛକ ସମେତ ଅସ୍ତରଙ୍ଗ-କାକଟପୁର ଅଭିମୁଖେ ଥିବା ମୁଖ୍ୟ ରାସ୍ତାର କେନାଲ ଛକ ନିକଟରେ ବିଜେଡି କର୍ମୀମାନେ ରୁଣ୍ଡ ହୋଇ ରାସ୍ତା ଅବରୋଧ କରିଥିଲେ ଓ ବଜାର ସମେତ ବ୍ଲକ ସମୁଖରେ ବିଜେଡି ପତାକା ଧରି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ | ବର୍ତ୍ତମାନ ସରକାର ରେ ନାରୀ ସୂରକ୍ଷିତ ନୁହେଁ କହି ଭର୍ଚ୍ଛନା କରିବା ସହ ବଳଙ୍ଗା ପୀଡିତା ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ତୁରନ୍ତ ଗିରଫ ଓ ନ୍ୟାୟ ପ୍ରଦାନ ନିମନ୍ତେ ବିଜେଡି କର୍ମୀମାନେ ଦାବି କରିଥିଲେ | ତେବେ ଦୀର୍ଘ ୫ ରୁ ୬ ଘଣ୍ଟା ଧରି ବଜାର ଓ ବିଭିନ୍ନ ସ୍ଥାନରେ ଦୋକାନ ବଜାର,ଗାଡି ଚଳାଚଳ ବନ୍ଦ ରହି ଥିବା ଦେଖିବାକୁ ମିଳିଥିଲା, l ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକମାନେ ଅନ୍ୟବାଟ ଦେଇ ଯାଇଥିଲେ | ରାସ୍ତା ଅବରୋଧ ଯୋଗୁ ସରକାରୀ କର୍ମଚାରୀମାନେ ସଠିକ୍ ସମୟରେ ଅଫିସରେ ପହଂଚି ପାରିନଥିଲେ | ବନ୍ଦ ଡାକରା ବା ପ୍ରତିବାଦରେ ବିଜେଡି ତାର ଦମ୍ ଦେଖାଇ ରାସ୍ତା ଅବରୋଧ କରି ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲା | ଏଥିସହ ବିଭିନ୍ନ ଘଟଣାରେ ପୁଲିସର ଭୂମିକାକୁ ନେଇ ଅସ୍ତରଙ୍ଗ ଥାନା ପରିସରରେ କିଛି ସମୟ ପାଇଁ ବିଜେଡି କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମରେ ବିଜେଡିର ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ,ବରିଷ୍ଠ ବିଜେଡି ନେତା ପଞ୍ଚାନନ ସ୍ୱାଇଁ,ପ୍ରଫୁଲ ବେହେରା ସରପଞ୍ଚ କ୍ଷୀର କାଣ୍ଡି ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ ,ଜିଲ୍ଲାପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ସମିତି ସଭ୍ୟା ଅରତି କାଣ୍ଡି ଯୁବନେତା ଚମ୍ପକ ବାରିକ ପ୍ରମୁଖ ଭାଷଣ ଦେଇ ରାଜ୍ୟ ସରକାର ଙ୍କ କାର୍ଯ୍ୟ ଶୈଳୀ କୁ କଡା ସମାଲୋଚନା କରି ଥିବାର ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.