କେନ୍ଦୁଝରଠାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସ୍କୁଲ ବସ୍ ସେବାର ଶୁଭାରମ୍ଭ

4

 କେନ୍ଦୁଝର, ଅଗଷ୍ଟ ୦୭, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ) ଏହାର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ଵବୋଧ (ସିଏସ୍ଆର୍) ପଦକ୍ଷେପ ‘ପଢେଗା ଭାରତ’ ପ୍ରକଳ୍ପ ଅନ୍ତର୍ଗତ ଠାକୁରାଣୀ ଖଣି ଅଞ୍ଚଳ ନିକଟସ୍ଥ ଡାଲକି, ସେଡିଂ ଏବଂ ଠାକୁରାଣୀ ଗ୍ରାମର ୧୦୦ରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ବିଶ୍ୱସନୀୟ ପରିବହନ ସେବା ଯୋଗାଇବା ନିମନ୍ତେ କେନ୍ଦୁଝରର ବଡ଼ବିଲକୁ ଏକ ନୂତନ ସ୍କୁଲ ବସ୍ ସେବା ଆରମ୍ଭ କରିଛି।
ଦିନସାରା ଏକାଧିକ ଥର ଏହି ବସ ଯାତ୍ରା କରିବା ଦ୍ଵାରା ଛାତ୍ରଛାତ୍ରୀମାନେ ବର୍ତ୍ତମାନ ନିଜ ଗାଁ ଓ ବଡ଼ବିଲରେ ଅବସ୍ଥିତ ବିଦ୍ୟାଳୟ ଯଥା :- ସେଣ୍ଟ ମେରି ଓଡ଼ିଆ ବିଦ୍ୟାଳୟ, ଗୁରୁ ନାନକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ବଡ଼ବିଲ ବିଶ୍ଵବିଦ୍ୟାଳୟ ମଧ୍ୟରେ ସହଜରେ ଓ ଆରାମରେ ଯାତ୍ରା କରିପାରିବେ ।
ଏହି ବସ୍ ସେବାର ଶୁଭାରମ୍ଭ ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଖଣି ବିଭାଗ ମୁଖ୍ୟ ଶ୍ରୀ ଶରଣପ୍ପା କାମ୍ବାଲି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ଠାକୁରାଣୀ ଲୁହାପଥର ଖଣିର ଖଣି ପ୍ରବନ୍ଧକ ଇନ୍ଦ୍ରକାନ୍ତ ସାହାଙ୍କ ସମେତ କମ୍ପାନୀର ଅନ୍ୟ କର୍ମଚାରୀ ଓ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିଲେ।
ବଡ଼ବିଲ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଏହା ଦ୍ୱିତୀୟ ଉତ୍ସର୍ଗୀକୃତ ସ୍କୁଲ ବସ୍ ସେବା। ୨୦୨୨ ମସିହାରୁ କାରା, ବେଲକୁଣ୍ଡି ଓ ବଡ଼ବିଲ ମଧ୍ୟରେ ସମାନ ବସ୍ ସେବା ସଫଳତାର ସହ ଚଳାଚଳ କରୁଛି, ଯାହା ଦ୍ୱାରା ଦୈନିକ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।
ଏହି ସମ୍ପ୍ରସାରିତ ପଦକ୍ଷେପ ମାଧ୍ୟମରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକୁ ଅଧିକ ସୁଗମ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି, ଯାହା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗୋଷ୍ଠୀ ଏବଂ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାରେ ସହାୟତା କରୁଛି |

Leave A Reply

Your email address will not be published.