ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଅଧ୍ଯକ୍ଷତାରେ ସାହିତ୍ୟ ଘର ଏବଂ ବେଲଗୁଣ୍ଠା ପ୍ରେସକ୍ଲବର ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଅଁଳା, ଅଶୋକ,ହରିଡ଼ା, ବାହାଡ଼ା, ଅଗସ୍ତି, ବଉଳ, ବେଲ ଭଳି ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ରୋଟାରୀ କ୍ଲବ୍ ର ପୂର୍ବତନ ସଭାପତି ତଥା ବେଲଗୁଣ୍ଠା ବଣିକ ସଂଘ ସଭାପତି ଚିନଂ ସନତ୍ କୁମାର ସୁବୁଦ୍ଧି ଯୋଗ ଦେଇଥିବା ବେଳେ. ମୁଖ୍ୟ ବକ୍ତା ଭାବେ ରୋଟାରୀ କ୍ଲବ୍ ର ପୂର୍ବତନ ସଭାପତି ତଥା ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ଯୋଗଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା କାଉନସିଲର୍ ତଥା ସାହିତ୍ୟ ଘର କୋଷାଧ୍ୟକ୍ଷ ଏସ୍ ଭାସ୍କର ପାତ୍ର, ସମ୍ପାଦକ କାଶୀନାଥ ସାହୁ,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ, ସାମ୍ବାଦିକ ସୁଧାଂଶୁ ଶେଖର ବିଷୋୟୀ, ସଦାଶିବ ପାଣିଗ୍ରାହୀ, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ,ତୋଫାନ ସାହୁ, ନବକିଶୋର ମହାରଣା ଏବଂ ସୁରେଶ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଦୁଇ ଶିଶୁ ପରିବେଶବିତ୍ ବିଦ୍ୱାନ ପାତ୍ର ଏବଂ ଏସ୍ କରନ୍ ପାତ୍ର ନିଜେ ଚାରା ରୋପଣ କରିବା ସହ ବୃକ୍ଷରୋପଣରେ ସହଯୋଗ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଯୂବ ସ୍ଵେଚ୍ଛାସେବୀ ଅଶୋକ ପାତ୍ର ଏବଂ ରିଙ୍କୁ ପାତ୍ର ଚାରା ରୋପଣ ପାଇଁ ଗାତ ଖୋଳିବା ସହ ପ୍ରତିଦିନ ବୃକ୍ଷରେ ପାଣି ଦେଇ ତାର ଯତ୍ନ ନେବେ ବୋଲି ପ୍ରତିଶୃ୍ତି ଦେଇଥିଲେ I ଗତବର୍ଷ ରୋପଣ କରାଯାଇଥିବା ବୃକ୍ଷ ମଧ୍ୟରୁ ଶତକଡା଼ ଷାଠିଏ ପ୍ରତିଶତ ବୃକ୍ଷ ବଞ୍ଚି ଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post