ପଦ୍ମପୁର :- ଓଡ଼ିଶାରେ କ୍ରମାଗତ ଭାବେ ବଢି ଚାଲିଥିବା ମହିଳା ଏବଂ ଛାତ୍ରୀ ନିର୍ଯାତନା ପ୍ରତିବାଦରେ ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଏସ୍ ଡି ପି ଓ ପାଣ୍ଡବ ଶବର ଓ ଥାନା ଅଧିକାରୀ ମମତା ନାଏକ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସ୍ଥାନୀୟ ଟାଉନ ହଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶତାଧିକ ଯୁବ ଓ ଛାତ୍ର ବିଜୁ ଜନତା ଦଳର କର୍ମକର୍ତ୍ତା ଅଞ୍ଚଳ ମହାବିଦ୍ୟାଳୟ, ମହିଳା ମହା ବିଦ୍ୟାଳୟ, ଜେନିଥ ଓ ଜିଷ୍ଟ ର ଛାତ୍ରଛାତ୍ରୀମାନେ ଯୋଗଦେଇ ସୌମ୍ୟଶ୍ରୀ ମୃତ୍ୟୁ ର ଅଭିଯୁକ୍ତ କୁ କଠୋର ଦଣ୍ଡରେ ଦଣ୍ଡିତ କରିବା, ତାହାର ପୁନରାବୃତ୍ତି ନ ହେବା ପାଇଁ ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ଅଞ୍ଚଳ ମହାବିଦ୍ୟାଳୟ ସମ୍ମୁଖ ଓଭର ବ୍ରିଜ ରେ ସି ସି ଟିଭି କ୍ୟାମେରା ଲଗାଇବା, ଅପରାଧ ନିୟନ୍ତ୍ରଣ ପାଇଁ ନିଶା କାରବାର କୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା କୁ ଦାବି ଜଣାଇଥିଲେ। ତଥା ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ନାରାବାଜି ଦେଇ ଗର୍ଜିବା ସହ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସ୍ ଡି ପି ଓ ଶ୍ରୀ ଶବର ସ୍ମାରକପତ୍ର ଗ୍ରହଣ କରି ଏଥି ପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post