ଧର୍ମପ୍ରାଣା ମହିଳାଙ୍କ ପରଲୋକ।

4

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ମଙ୍ଗଳବାର ଅପରାହ୍ନ ୫ ଘଣ୍ଟ ସମୟରେ ଗୋବରା ପଞ୍ଚାୟତ ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମର ମାୟାଦେବୀ ମହାନ୍ତିଙ୍କର ପରଲୋକ ହୋଇଛି। ସେ ଜଣେ ଧର୍ମପ୍ରାଣା, ଦରଦୀ ଓ ପରୋପକାରୀ ମହିଳାଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପାଞ୍ଚଝିଅ, ଗୋଟିଏ ପୁଅ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ପୁତ୍ର ଶିବରାମ ମହାନ୍ତି ଗାଙ୍ଗପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମର ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ମୃତ୍ୟୁରେ ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଓ ନାତି ଗୌରୀ ଶଙ୍କର ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି। ଅନ୍ତିମ ସଂସ୍କାରରେ ଗ୍ରାମର ଅଧିକାଂଶ ଲୋକ ଜମାହୋଇ ଶେଷ ଦର୍ଶନ କରିଥିଲେ l

Leave A Reply

Your email address will not be published.