ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ

4

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓ ଗୁଣପୁର ପୌର ପରିଷଦ ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ଗୁଣପୁର ଟାଉନ ହଲ ରେ ଭୀମ ଭୋଇ ଭିନ୍ନକ୍ଷମ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଗୁଣପୁର ପୌର ପରିଷଦ ର ଅଧ୍ୟକ୍ଷା ମମତା ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ , ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ମହାନ୍ତି , ରାୟଗଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ , ପି: ଏ ରାଜେଶ ରେଡି, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୁତି ପ୍ରଭା ପାତ୍ର ଉପସ୍ଥିତ ରହିଥିଲେ । ଏହି ଶିବିର ରେ ନୂତନ ଭାବେ ୟୁ ଡି ଆଇ ଡି ପଞ୍ଜୀକରଣ -୨୪୯ ଜଣ ଙ୍କ କରାଯାଇଥିବା ବେଳେ ଦୁଇ ଜଣ ଙ୍କୁ ଟ୍ରାଇ ସାଇକଲ ଓ ଜଣ କୁ ହୁୱିଲ ଚେୟାର
ସହାୟତା ଏବଂ ଉପକରଣ ବଣ୍ଟନ କରାଯାଉଥିଲା । ଏହି ଅବସର ରେ ଗୁଣପୁର ପୌର ପାରିଷଦ ରେ ଥିବା ୩ ଜଣ ବାଣିଶ୍ରୀ ଛାତ୍ରବୃତ୍ତି ପାଇଁ ୨୩ ଜଣ ବର୍ଦ୍ଧିତ ପେନସନ ୩୫୦୦ ଓ ୨୬ ଜଣ ବସ୍ ରିହାତି -୨୬ ଏହି ପରି ମୋଟ ୩୦୪ ଜଣ ଉପସ୍ଥିତ ଉପକୃତ ହୋଇଥିଲେ । ଏହି ଶିବିର ରେ ରାୟଗଡ଼ା ରୁ ଆସିଥିବା ୫ ଜଣ ବିଶେଷଜ୍ଞ ଡକ୍ଟର ଏଲ.କେ ସ୍ୱାମୀ ,ଡଃ ସଙ୍ଗିଆ ଦାସ, ଡଃ ଏମ ସୁରେଶ କୁମାର,
ଡକ୍ଟର ସଂଘମିତ୍ରା ପାତ୍ର, ଡଃ ମମତା ଶତପଥୀ, ଡକ୍ଟର ସୁପ୍ରଭା ପଣ୍ଡା, ଡଃ ରାକେଶ ରଂଜନ ପାଢି, ଡକ୍ଟର ଜଗନ୍ନାଥ ନାୟକ ଉପସ୍ଥିତ ୩୦୪ ଜଣ ଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପୌର ପରିଷଦ ର ସି :ଓ ସଙ୍ଗୀତା ପଟ୍ଟନାୟକ , ଲକ୍ଷ୍ମଣ ହେମ୍ବ୍ରମ , ବସନ୍ତ ବେହେରା ,ତାପସ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ପରିଚାଳନା କରିଥିଲେ।

 

Leave A Reply

Your email address will not be published.