ପାଇକମାଳ ତା ୬.୮ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ରେଡକ୍ରସ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଜିଲ୍ଲା ରେଡକ୍ରସ ତରଫ ରୁ ଆୟୋଜିତ ଏହି ପ୍ରଶିକ୍ଷଣ ରେ ଡିଲେଶ୍ୱର ସାହୁ ପ୍ରାଥମିକ ଚିକିତ୍ସା ରେ ଦୁର୍ଘଟଣା ସମୟରେ କେମିତି ତତକ୍ଷଣlତ ଉଦ୍ଧାର କାର୍ଯ୍ୟ କରି ବହୁମୂଲ୍ୟ ଜୀବନ ରକ୍ଷା କରାଯାଇ ପାରିବ ସେ ସଂପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ୧୮୧ ଜଣ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ନେଇଥିଲେ l ବ୍ଲକ ସଂଯୋଜକ ଲୋକନାଥ ସାହୁ ଓ ବିଦ୍ୟାଳୟର କାଉନସେଲର ଆନନ୍ଦିନୀ ସେଠ୍ ମଞ୍ଚlସୀନ ଥିଲେ l ବବିତା ବେହେରା, ଜ୍ୟୋତିର୍ମୟୀ ପଟ୍ଟନାୟକ,ସୁଦାମ ପାଣ୍ଡେ,ଅମିତ୍ ସାହୁ,ଲଳିତ କୁମାର ବିଶ୍ଵାଳ,ମଧୁସ୍ମିତା ମେହେର,ନିରୁପମା ସାହୁ ସହ ଯୋଗ କରିଥିଲେ l ତ୍ରିଲୋଚନ ନାଏକ ଅତିଥି ପରିଚୟ ଏବଂ ଅମିତ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post