ପାରାଦ୍ଵୀପ ଏସାର୍ ବଲ୍କ ଟର୍ମିନାଲ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗିତା କାର୍ଯ୍ୟକ୍ରମ

0

ପାରାଦ୍ଵୀପ/ତିର୍ତ୍ତୋଲ(ରମେଶ ମହାନ୍ତି) -ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପାରାଦ୍ୱୀପ ଏସାର୍ ବଲ୍କ ଟର୍ମିନାଲ ପକ୍ଷରୁ ପାରାଦ୍ୱୀପ ଉପକଣ୍ଠ ସ୍ଥିତ ବିଭିନ୍ନ ବିଦ୍ୟାଳୟରେ ଡ୍ରଇଁ,ତର୍କ,ସଙ୍ଗୀତ ଓ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସେହିପରି ଅଠରବାଙ୍କୀ ସ୍ଥିତ ମା’ ଅମ୍ବିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ୪ଗୋଟି ବିଭାଗରେ ବିଭକ୍ତ ହୋଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଏସାର୍ ବଲ୍କ ଟର୍ମିନାଲ ପାରାଦ୍ବୀପ ଲିମିଟେଡର ଜଏଣ୍ଟ ଜେନେରାଲ ମ୍ୟାନେଜର ଅନନ୍ତ ସୁବୁଦ୍ଧି ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ କପ୍ ପ୍ରଦାନ କରି ପୁରସ୍କୃତ କରିଥିଲେ। ଏସାର୍ ଫାଉଣ୍ଡେସନର ଅଧିକାରୀ ଯୁଗଜ୍ୟୋତି ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇବିଟିପିଲ ର ମ୍ୟାନେଜର ସ୍ମୃତି ରଞ୍ଜନ ରାଉତରାୟ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭ୍ରମରବର ପ୍ରଧାନ,ହରିହର ରାଉତରାୟ,ଦେବେନ୍ଦ୍ର ମହାପାତ୍ର,ପ୍ରତିଭା ରାଣୀ ସେନାପତି,ବିଚିତ୍ର ଡାଳୁଆ,ବିଦ୍ୟାଳୟର ସଭାପତି ନିରୁପମା ନାୟକ,ସବିତା ରାଣୀ ସ୍ୱାଇଁ,ଶାନ୍ତିଲତା ଦାସ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.