ଓଡ଼ଗାଁ ବ୍ଳକ ନବମ ସାଧାରଣ ଅଧିବେଶନ: ପଞ୍ଚରିଡ଼ା ବନାଞ୍ଚଳରେ ଚାରା ରୋପଣ ପାଇଁ ବ୍ୟୟ ଅର୍ଥର ତଦନ୍ତ ନିର୍ଦ୍ଦେଶ

0

ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ନବମ ସାଧାରଣ ଅଧିବେଶନ ଶନିବାର ବ୍ଳକ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଣେ ସଭ୍ୟଙ୍କ ଅଭିଯୋଗ କ୍ରମେ ଅଧିବେଶନର ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରୂପେ ସ୍ଥାନ ପାଇଥିବା ପଞ୍ଚରିଡ଼ା ବନାଞ୍ଚଳରେ ଗତ ୨୦୨୨/୨୩, ୨୦୨୩/୨୪ ଏବଂ ୨୦୨୪/୨୫ ଆର୍ଥିକ ବର୍ଷରେ କାମ୍ପା, ଗ୍ରୀନ ଇଣ୍ଡିଆ, ଗ୍ରୀନ ମହାନଦୀ ମିଶନ, ମନରେଗା ଇତ୍ୟାଦି ଯୋଜନାରେ ଚାରା ଉତ୍ପାଦନ, ଚାରା ରୋପଣ ଏବଂ ତା’ର ସଂରକ୍ଷଣ ପାଇଁ ହୋଇଥିବା ବ୍ୟୟ ଅର୍ଥରେ କେତେ ପରିମାଣର ନୂତନ ଜଙ୍ଗଲ ସୃଷ୍ଟି ହୋଇଛି ଏବଂ ଅନ୍ୟାନ ଖର୍ଚ୍ଚର ତଦନ୍ତ ପାଇଁ ଏକ କମିଟି ଗଠନ କରି କମିଟି ମାଧ୍ୟମରେ ତଦନ୍ତ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏତଦବ୍ୟତୀତ ସରକାରଙ୍କ ନିଷ୍ପତ୍ତି କ୍ରମେ ବ୍ଳକର ୧୫ କିମି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସ୍ଥାନାନ୍ତରିତ କରିବା,ଜଳ ବିଭାଜିକା ଯୋଜନାରେ ଜଳ ସଂରକ୍ଷଣ ଓ ସିଞ୍ଚାଇ ଯୋଜନାର କାର୍ଯ୍ୟକାରୀତା ନେଇ ସମିକ୍ଷା କରିବା ଏବଂ ମନରେଗା ଯୋଜନା ଅନ୍ତର୍ଗତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ଗାଁ ବିଡିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଏବଂ ଅନ୍ୟ ଲାଇନ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିନିଧି ମାନଙ୍କ ଅଭିଯୋଗ ଗୁଡ଼ିକର ସମାଧାନ କରିଥିଲେ।ରଣପୁର ବିଧାୟିକା ତଥା ଓଡ଼ିଶା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ପ୍ରତିନିଧି ଭାବେ ଲିଙ୍ଗରାଜ ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ, ଏବଂ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧିମାନେ ଯୋଗଦେଇ ଥିଲେ

Leave A Reply

Your email address will not be published.