ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଓ ଏନ୍ଏସି ଭାରତୀୟ ଜନତା ପାର୍ଟି ଆନୁକୁଲ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ନୟାଗଡ଼ର ବିଜେପି ନେତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କୁ ଦଳର ବ୍ଳକ ସ୍ତରୀୟ ନେତା, କର୍ମୀ ଓ ସମର୍ଥକମାନେ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ଦଳକୁ ମଜଭୁତ କରିବା ପାଇଁ ଏବଂ କର୍ମୀ ଓ ସମର୍ଥକମାନଙ୍କୁ ନେଇ ଏକ ଦୃଢ଼ ସଙ୍ଗଠନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟୁଷାଙ୍କ ଉପରେ କେନ୍ଦ୍ର ଭରଷା କରି ତାଙ୍କୁ ରାଷ୍ଟ୍ରୀୟ ପରିଷଦର ସଦସ୍ୟା ରୂପେ ମନୋନୀତ କରିଛନ୍ତି । ଏଥି ପାଇଁ ସ୍ଥାନୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଫଳରେ ଓଡ଼ଗାଁ ବିଜେପି ଦଳ ତରଫରୁ ନୟାଗଡ଼ ନିର୍ବାଚିନ ମଣ୍ଡଳୀର ପେଟାପଲ୍ଲୀ ଛକ ଠାରୁ ଶନିବାର ପ୍ରତ୍ୟୁଷାଙ୍କୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଆଣି ଓଡ଼ଗାଁ ନଗର ପରିକ୍ରମା କରିଥିଲେ। ଏବଂ ପରେ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଓଡ଼ଗାଁ ସାମ୍ବାଦିକ ସଂଘ ଓଡ଼ଗାଁ,ଓଡ଼ଗାଁ ମଣ୍ଡଳ ସ୍ତରୀୟ ଏବଂ ଏନ୍ଏସିର ନେତୃମଣ୍ଡଳୀ,ନୟାଗଡ଼ ନିର୍ବାଚନ ମଣ୍ଡଳୀ ୧୮ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ କର୍ମୀ ଓ ସମର୍ଥକ ମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ସମୂହ ମଞ୍ଚରେ ଭେଟି ଉପଢ଼ୌକନ ଦେଇ ପ୍ରତ୍ୟୁଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ବିକଶିତ ଗାଁ ବିକଶିତ ନୟାଗଡ଼ ଆମର ଲକ୍ଷ୍ୟ।ଏହି ଯୋଜନାରେ ଆସିଥିବା ଅର୍ଥର ଶତକଡା ୫୦ ଭାଗ କାର୍ଯ୍ୟ ଆମେ କରିବା। ଆପଣମାନେ ଭୟ କରନ୍ତୁ ନାହିଁ।ମୁଁ ଆପଣଙ୍କ ପଛରେ ଅଛି ବୋଲି ପ୍ରତ୍ୟୁଷା ଉପସ୍ଥିତ ୫ଶହରୁ ଉର୍ଦ୍ଧ୍ବ ସମର୍ଥକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।କାର୍ଯ୍ୟ କ୍ରମରେ ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ନସିର ଅହମ୍ମଦ ସମାଜସେବୀ ଶ୍ରୀମତୀ ସାହୁ, ମଣ୍ଡଳ ସଭାପତି ପ୍ରଭାକର ବେହେରା,କୁରାଳ ମଣ୍ଡଳ ପ୍ରତିନିଧି ମାଧବ ସାହୁ, ଓଡ଼ଗାଁ ଏନ୍ଏସିର ବିଜେପି ସଭାପତି ସଞ୍ଜୟ କୁମାର ସାହୁ,ପ୍ରତିନିଧି ତପନ ସାମନ୍ତରାୟ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଓଡ଼ଗାଁ ଏନ୍ଏସି ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post