ରାୟଗଡ:-ତା. ୧୯/୦୭/୨୫-ରମାନାଗୁଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ , ଏଠାକାର ଚାଷୀ ମାନଙ୍କର ଆୟ ବହୁତ ସ୍ୱଳ୍ପ ଅଟେ। ଏଥିପାଇଁ ଏହି ଅଞ୍ଚଳରେ ଉଚ୍ଚ ଆୟ ସମ୍ପନ୍ନ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ (OLM) ତରଫରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିଲା । ତାମଧ୍ୟରୁ ଗୋଗୁପlଡୁ ଗ୍ରାମ ପାଞ୍ଚାୟତର ଗୋଟା ଗ୍ରାମରେ ଥିବା ‘ମା ନନ୍ଦ ଗଣ୍ଡା’ ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟାମାନେ (ଓଡିଶା ଜୀବିକା ମିଶନ) ର ଅଧିକ ମୂଲ୍ୟ ଯୁକ୍ତ ଶସ୍ଯ ଅଧିନରେ ଡ୍ରାଗନ ଫଳ ଚାଷ କରିବା ପାଇଁ ଇଛା ପ୍ରକାଶ କରିଥିଲେ । ଏହାପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କୃଷି ବିଭାଗ , ଉଦ୍ୟାନ ବିଭାଗ ଓଡିଶା ଜୀବିକା ମିଶନ ଓ ବିଭିନ୍ନ ବିଭାଗକୁ ନେଇ ଏକ କମିଟି ଗଠନ କରାଯାଇଥିଲା । ସବୁ ବିଭାଗର ସହ ଭାଗୀତାରେ ଉକ୍ତ ଚାଷ କିପରି ଉନ୍ନତ ଧରଣର କରାଯିବ ତାହା ସ୍ଥିରୀକୃତ କରାଯାଇଥିଲା । ଡ୍ରାଗନ ଫଳ ଚାଷ ନିମନ୍ତେ ମୃତିକା ପରିକ୍ଷଣ କରାଯାଇଥିଲା । ଏହାପରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଓ କୃଷି ବିଭାଗର ପରାମର୍ଶ ଅନୁଯାଇ ଜମିକୁ ଚାଷ ଉପଯୋଗୀ କରାଯାଇଥିଲା l ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟାମାନଙ୍କୁ ଉକ୍ତ ଚାଷ ନିମନ୍ତେ ପ୍ରଶିକ୍ଷଣ ଦେବାପାଇଁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକକୁ ପରିଦର୍ଶନ ନିମନ୍ତେ ନିଆଯାଇଥିଲା । ଏହା ପରେ ମା ମାନେ ପ୍ରାୟ ୦.୭୫ ଏକର ଜମିରେ ଚାଷ କରିବା ପାଇ ୧୫୦ ଗୋଟି ପୋଲ ଏବଂ ଫ୍ରେମ ତିଆରି କରିଥିଲେ ପୋଲ ଏବଂ ଫ୍ରେମର ଦାମ ମୋଟ ୧୨୦୦ ଟଙ୍କା ଏବଂ ମୋଟ ୧୫୦ ସେଟ ନିମନ୍ତେ ୧,୮୦୦୦୦ ଟଙ୍କା ଖର୍ଚ ହେଇଛି । ଚାଷ ନିମନ୍ତେ ୬୦୦ ଚାରା ପାଇଁ ୩୦୦୦୦ ଟଙ୍କା ଖର୍ଚ କରାଯାଇଛି । ଉକ୍ତ ଖର୍ଚ ଓଡିଶା ଜୀବିକା ମିଶନ (ଅଧିକ ମୂଲ୍ୟ ଯୁକ୍ତ ଶସ୍ଯ) ସ୍କୀମ ରୁ ବହନ କରାଯାଇଛି ।ଉଦ୍ୟାନ ବିଭାଗ ତରଫରୁ ଡ୍ରିପ ଏବଂ ଚାରା ନିମନ୍ତେ ସବସିଡିର ବ୍ୟବସ୍ତା କରାଯାଇଛି l ଉକ୍ତ ଚାଷ କରି ମୋଟ ଏକ ବର୍ଷ ଅତିକ୍ରମ ହୋଇଛି ।ବର୍ତମାନ ଫଳ ଅମଳ ସହିତ ବଜାରରେ ବିକ୍ରି ମଧ୍ୟ ଆରମ୍ଭ ହେଲାଣି ।
ଏହି ଚାଷରୁ ୧ କେଜି କୁ ୩୦୦ ଟଙ୍କା ହିସାବରେ ବର୍ଷକୁ ପ୍ରାୟ ୭ ରୁ ୮ ଲକ୍ଷ୍ୟ ଆୟ ହେବାର ସମ୍ଭାବନା ରହିଛି ।
ଏହିଭଳି ଏକ ନିଆରା ଏବଂ ଉଚ୍ଚ ଜ୍ଞାନ କୌଶଳ ସମ୍ପନ୍ନ ଡ୍ର୍ଯାଗନ ଫୃଟ ଚାଷ ଜିଲ୍ଲାପାଳ ତଥା CEO ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ମାର୍ଗଦର୍ଶିକା ଅନୁଯାୟୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡା ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନ , ବ୍ଲକ ପ୍ରଶାସନର ବୈଷୟିକ ଓ ସମୟୋପଯୋଗୀ ନିରନ୍ତର ପ୍ରୋସାହନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିରନ୍ତର ଉଦ୍ୟମରେ ସଫଳ ହେଇଅଛି ।
Sign in
Sign in
Recover your password.
A password will be e-mailed to you.