ଖୋର୍ଦ୍ଧାରୁ (ଶେକ ଜାଫର ): ଖୋର୍ଦ୍ଧା–19/7-ଚଳିତ ୨୦୨୫ ଖରିଫ ଚାଷ ନିମନ୍ତେ ଚାଷୀ ମାନଙ୍କ ପଞ୍ଜିକରଣ ଚଳିତ ମାସ ୧୯ ତାରିଖରୁ ଠାରୁ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଆରମ୍ଭ କରାଯିବ। ଚାଷୀ ପଞ୍ଜିକରଣ ସଂପୂର୍ଣ୍ଣ ନୂତନ ମାର୍ଗଦର୍ଶିକା ଅନୁଯାୟୀ କରାଯିବ ଯେଉଁଥିରେ ସମସ୍ତ ଚାଷୀ ସେମାନଙ୍କର ନାମ ନୂତନ ଭାବେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ନିମନ୍ତେ ଚାଷୀ ମାନଙ୍କର ଇ-କେଓ୍ବାଇସି ମାଧ୍ୟମରେ ଆଧାର ଭେରିଫିକେସନ କରାଯିବ ଓ ଧାନ ବିକ୍ରୟ ପ୍ରାପ୍ୟ ବାବଦକୁ ଚାଷୀର ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ। ପଞ୍ଜିକରଣ ଜୁଲାଇ ୧୯ ତାରିଖ ଠାରୁ ଆରମ୍ଭ କରାଯାଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଜିକୃତ ଚାଷୀ ମାନଙ୍କୁ ଏକ ରସିଦ ପ୍ରଦାନ କରାଯିବ ଯେଉଁ ଥିରେ ଚାଷୀ ଦେଇଥିବା ଜମିର ପରିମାଣ ସମ୍ବନ୍ଧରେ ଉଲ୍ଲେଖ କରାଯିବ। ପଞ୍ଜିକରଣ ନିମନ୍ତେ ପ୍ୟାକ୍ସ ସମ୍ପାଦକ ଓ ଡାଟାଏଣ୍ଟ୍ରି ଅପରେଟର ମାନଙ୍କୁ ତା- ୧୮.୦୭.୨୦୨୫ ରିଖ ଦିନ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ଉପ ସହକାରୀ ନିବନ୍ଧକ ସମବାୟ ସମିତି ଶ୍ରୀମତୀ ଅଳକାନନ୍ଦା ଜେନା,ସହକାରୀ ନିବନ୍ଧକ ଭଗବତ ମାରାଣ୍ଡି ,ଅତିରିକ୍ତ ଜ଼ିଲ୍ଲା ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ସହ ଟ୍ରେନର ରଶ୍ମିତ କୁମାର ଉପସ୍ଥିତ ରହି ସମସ୍ତ ଚାଷୀଙ୍କର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଞ୍ଜିକରଣ ସଂପୂର୍ଣ୍ଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଖୋର୍ଦ୍ଧା ବ୍ଲକ କାଇପଦର ସେବା ସମବାୟ ସମିତି ସମ୍ପାଦକ ଝଜ ସାମନ୍ତରାୟ , ବିଶ୍ଵନାଥ ମହାରଣା,ଖୋର୍ଦ୍ଧା ଓ ପଲାତୋଟା ପଡ଼ା, ନିତ୍ୟାନନ୍ଦ ଦାଶ, ଆର.ଏମ. ସି. ବାଲୁଗାଁ,ସମ୍ପାଦକ ଅନିଲ କୁମାର ରାଉତ,ଜ୍ୟୋତିର୍ମୟୀ ଲେଙ୍କା , ସୁଶ୍ରୀ ସାଗରିକା ପରିଡ଼ା , ସୁଚିସ୍ମିତା ସାହୁ,କାର୍ତ୍ତିକ ପ୍ରଧାନ , ସୁବାସ ପରିଡ଼ା , ରୋହିତ ପଟ୍ଟନାୟକ , ବିଭୂତି ସେନାପତି , ବୁଧିବାମନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.