ଶିକ୍ଷୟତ୍ରୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

0 2

 ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଜାଜପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଚପଳା ପାଣିଗ୍ରାହୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ମୋହନ କୁମାର ନାୟକ ସମେତ ବିଦ୍ୟାଳୟର ସବୁ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ଅନୁଭୂତି ପ୍ରଦାନ କରିଥିଲେ।
ଏହି ସମୟରେ ଦେଖିବାକୁ ମିଳିଥିଲା ଶିକ୍ଷୟିତ୍ରୀ ଙ୍କ ପ୍ରତି ପିଲାଙ୍କ ଭଲ ପାଇବା ସ୍ନେହ ମମତା। ଶିକ୍ଷୟତ୍ରୀ ଙ୍କ ବିଦାୟ କାଳୀନ ସଭାରେ ପିଲା ଲୁହ ଝରେଇବା ସହ ଶିକ୍ଷୟିତ୍ରୀ ଙ୍କୁ ହାତଧରି କାନ୍ଦିବା ସହ ନିଜ ନିଜ ବସିବା ସ୍ଥାନରେ କାନ୍ଦି ଆଖିରୁ ଲୁହ ଝରାଉଛନ୍ତି ଛାତ୍ରଛାତ୍ରୀ।
ଏହି ବିଦ୍ୟାଳୟରେ ୨୫ ବର୍ଷର ସ୍ମୃତି ଚିରଦିନ ପାଇଁ ମନେରହିବ। ସମସ୍ତ ସହକର୍ମୀଙ୍କ ସହଯୋଗ ତଥା ସ୍ନେହ ଓ ଶ୍ରଦ୍ଧା ଭୁଲି ହେବନାହିଁ। ତାହାଛଡା ଜାଜପୁର ଗ୍ରାମବାସୀଙ୍କ ସହଯୋଗ ଅବିସ୍ମରଣୀୟ ହୋଇ ମଧ୍ୟ ରହିବ। ଅନେକ ଘାତ ପ୍ରତିଘାତ ଭିତରେ ଏହି ଦୀର୍ଘ ବର୍ଷ ଗୋଟିଏ ଯୁଗ ଭଳି ଲାଗୁଛି। ଛାତ୍ରଛାତ୍ରୀ ମାନଙ୍କୁ ନିଜର ପରିବାର ଭାବି ଏଠାକୁ ବଦଳି ହୋଇ ଆସିଥିଲି। ସେମାନଙ୍କର ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତା କରୁଥିଲି। ସମସ୍ତ ଦ୍ୱନ୍ଦକୁ ମଧ୍ୟ ଠିକ୍ ଭାବେ ମୁକାବିଲା କରିବାର ସୁଯୋଗ ପାଇଥିଲି। ସ୍ୱର୍ଗତ ଉମାକାନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେଜଣ ପ୍ରଧାନଶିକ୍ଷକ ତଥା ପ୍ରଧାନ ଶିକ୍ଷୟତ୍ରୀ ଆସିଛନ୍ତି ସମସ୍ତଙ୍କ ଭିତରେ ସହ୍ରୁଦୟତା ଦେଖିଛି। ଏହି ବିଦାୟ ବେଳା ମୋପାଇଁ ଅନେକ ସ୍ମୃତି ବହିର ପୃଷ୍ଠା ପରି ରଖିଦେଇଛି। ବିଦ୍ୟାଳୟର ଉନ୍ନତି ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନାସହ ମୋର ସହକର୍ମୀ ତଥା ପ୍ରଧାନଶିକ୍ଷକଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ଶ୍ରୀମତି ପାଣିଗ୍ରାହୀ କହିଥିଲେ।

Leave A Reply

Your email address will not be published.