ଗାଁ ଜଳୁଥିଲା, ଦମକଲ ଫୋନ ଉଠାଇଲାନି: ଲୋକ ଆସି ଡାକିକି  ନେଇ ଗଲେ  

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ  ‬: ରାୟଗଡ଼ ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ଚିନ୍ତାଲଗୁଡା ଗ୍ରାମରେ ନିଆଁ ଲାଗି ୨ ଗୋଟି ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ ନିକଟସ୍ଥ ୪ ଗୋଟି ଘର ଅନେକାଂଶ ପୋଡିଯାଇଛି ।  

ବିଳମ୍ବିତ ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ନିଆଁ ଲାଗିଯାଇଥିବା ରୁ ସ୍ଥାନୀୟ ବାସିନ୍ଦା ଏହାକୁ ଆୟତ କରିବା ଚେଷ୍ଟା କରି ଗୁଣପୁରସ୍ଥ ଦମକଳ ବାହିନୀକୁ ଅବଗତ କରାଇଥିଲେ । ଘଟଣାଟି ରାତ୍ର ସମୟରେ ହୋଇଥିବାରୁ ଦମକଳ କେନ୍ଦ୍ର ରେ କେହି ଫୋନ ଉଠାଇ ନଥିବା ନେଇ ଅଭିଯୋଗ ହୋଇଛି ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଗୁଣପୁର ଦମକଳ କେନ୍ଦ୍ରରେ ପହଞ୍ଚି ଅଭିଯୋଗ କରିବାରୁ ଦମକଳ ବାହିନୀ ଚିନ୍ତାଲଗୁଡାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

 ଏହି ଗ୍ରାମର ୩ ଗୋଟି ସାହି ରେ ପ୍ରାୟ ୮୦ ଗୋଟି ଘର ରହିଛି । ଘଟଣା ସ୍ଥଳରେ ସରପଞ୍ଚ ଗୌରୀ ଗମାଙ୍ଗ ସହ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ର ଆଇନ ଉପଦେଷ୍ଟା ଗୌରୀ ଶଙ୍କର ଦାଶ ଏବଂ ସମ୍ପାଦକ ସୁମନ ସାହୁକାର ପହଞ୍ଚି ଘଟଣା ର ଅନୁସନ୍ଧାନ କରି ପ୍ରପୀଡିତ ପରିବାର ଙ୍କୁ ସାନ୍ତ୍ଵନା ଦେଇଛନ୍ତି । 

ଗ୍ରାମ ପଞ୍ଚାୟତ ତରଫରୁ ପ୍ରପୀଡିତ ପରିବାର ବର୍ଗ ଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଗୌରୀ ଗମଙ୍ଗ ପ୍ରକାଶ କରିଛନ୍ତି । ମଧ୍ୟ ରାତ୍ରରେ ନିଆଁ ଲାଗିଥିବାରୁ କେଉଁ କାରଣ ରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ଅସ୍ଵଷ୍ଟ ଅଛି ଓ କ୍ଷୟକ୍ଷତି ର ଆକଳନ କରାଯାଇପାରି ନାହିଁ  ।

Leave A Reply

Your email address will not be published.