କେନ୍ଦୁଝର,ତା୧୦/୭- କେନ୍ଦୁଝର ଟାଉନ ପୋଲିସ ପକ୍ଷରୁ ମାମଲା ନଂ ୪୧୩/୨୦୨୫ ଆଧାରରେ ଏକ ଅସଦାଚରଣ ମାମଲାରେ ୪ ଜଣ ଯୁବକଙ୍କୁ ଗିରଫ ସହ ଜଣେ ନାବାଳକକୁ ଅଟକ ରଖାଯାଇଛି । ଖବର ମିଳିଛି କି କେନ୍ଦୁଝର ସହରକୁ ରଥଯାତ୍ରା ଦେଖିବାକୁ ଜଣେ ଆଦିବାସୀ ନାବାଳିକା ଆସିଥିଲେ। ସେ ରଥଯାତ୍ରା ବୁଲି ନିଜ ସଂପର୍କୀୟଙ୍କ ସହ ବାଇକରେ ଘରକୁ ଫେରି ଯାଉଥିବା ବେଳେ ବାଟରେ କେନ୍ଦୁଝର ସହର ଉପକଣ୍ଠ ଜୁଡ଼ିଆ ଘାଟୀ ନିକଟରେ କିଛି ଯୁବକ ଏକ ଜିପ ଗାଡିରେ ଆସି ସେମାନଙ୍କୁ ଅଟକାଇ ଥିଲେ । ସେଠାରେ ଏହି ଯୁବକ ୫ଜଣ ଭକ୍ତ ଝିଅକୁ ଅସଦାଚରଣ କରିଥିଲେ ହେଲେ ସେ ପ୍ରତିବାଦ କରିବାରୁ ତାକୁ ଉଠାଇ ନେଇଥିଲେ। ଏହାପରେ ଝିଅ ସହ ଥିବା ସଂପର୍କୀୟ ଯୁବକମାନେ ପୋଲିସକୁ ଏହି ଖବର ଦେଇଥିଲେ। ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଝିଅକୁ ଖୋଜା ଯାଇଥିଲା ଶେଷରେ ରାତି ୧୧ଟା ବେଳେ ଝିଅଟି ଦୂର ଝାଡ଼ବେଲଦା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ଦୀର୍ଘ୍ୟ ୧୨ ଦିନ ପରେ ଟାଉନ ଥାନା ପକ୍ଷରୁ ଝିଅ ଠାରୁ ସୂଚନା ପାଇ କାଲି ସଂପୃକ୍ତ ଯୁବକ ମାନଙ୍କୁ ଧରାଯାଇଛି ବୋଲି କୁହାଯାଇଛି । ତେବେ ରଥଯାତ୍ରା ବେଳେ ଏତେ ସୁରକ୍ଷା ସତ୍ତ୍ଵେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଝିଅଟିଏ ଅସଦାଚରଣର ଶିକାର ହୋଇ ଅପହରଣର ଶିକାର ହେଲା ତାହାକୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ପୋଲିସ ପ୍ରଥମରୁ ଜାଣିଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନଥିଲା । କେନ୍ଦୁଝର ପୋଲିସ ସମାଜସେବୀ ରୋଜାଲିନ୍ ସାହୁ ହତ୍ୟା ମାମଲାରେ ଅଢେଇ ବର୍ଷ ବିତିଲା ପରେ ଚାର୍ଜସିଟ ଦେଇ ନ ପାରି ନିନ୍ଦିତ ହୋଇଛି ପୁଣି ତେନ୍ତଳାପଶି ନାବାଳିକା ଆଦିବାସୀ ଝିଅ ହତ୍ୟା ମାମଲାରେ ବିରୋଧୀ ଦଳ ପକ୍ଷରୁ ଅକ୍ଷେପର ଶିକାର ହୋଇଥିଲା । ତେଣୁ ଏବେ ଉକ୍ତ ମାମଲାରେ ନାବାଳିକା ଝିଅଟି ଗଣଦୁଷ୍କର୍ମର ଶିକାର ହୋଇନି ବୋଲି ସଫେଇ ଦେଉଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବୀ ଉଠିଛି।
Sign in
Sign in
Recover your password.
A password will be e-mailed to you.