ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ପବିତ୍ର ବ୍ୟାସ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ସୁତୁମୁସର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ପରିଚାଳନା ସମିତି, ସମସ୍ତ ଆଚାର୍ଯ୍ୟ ଅଚାର୍ଯ୍ୟା ଏବଂ ସମସ୍ତ ଶିଶୁ ଭାଇ ଭଉଣୀ ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଯୋଗଦାନ କରି ବ୍ୟାସ ଦେବଙ୍କ ସମାଜ ପ୍ରତି ଥିବା ଅତୁଳନୀୟ ଅବଦାନର ସ୍ମୃତି ଚାରଣ କରିଥିଲେ । ସାମ୍ବାଦିକ ଶିବରାମ ଚୌଧୁରୀ ଓ ତୋଫାନ ସାହୁ ଉପସ୍ଥିତ ରହି ମାଆ ସରସ୍ଵତୀ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ I ଅନୁଷ୍ଠାନର ସମ୍ପାଦକ ପବିତ୍ର କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ମାନେ ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ I ସେହିପରି ସହରର ସରସ୍ୱତୀ ଶିଶୁ ବିଦ୍ୟାଭବନରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ପୂଜନ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଚାଳକ ବନମାଳୀ ଗୌଡ଼ ଅତିଥି ଭାବେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.