କେନ୍ଦୁଝର,ତା୧୦/୭- କେତେ ଆଶା ଭରଷା ନେଇ ବାପାମାଆ ଝିଅକୁ ବାହାରେ ଉଚ୍ଚଶିକ୍ଷା ଲାଗି ପାଠ ପଢାଉ ଥିଲେ ହେଲେ କାଳର ରୀତି ଅଲଗା ଥିଲା ସେହି ପାଠୁଆ ଝିଅ ଅକାଳରେ ଚାଲିଗଲା। ଖବର ମିଳିଛି କି କେନ୍ଦୁଝର ଜିଲ୍ଲାର ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳର ରସ୍ମିତା ସାହୁ କଟକ ଜିଲ୍ଲାର ଗୋବିନ୍ଦପୁର କଲେଜରେ ଭଡ଼ା ମେସ୍ ଘରେ ରହି ପିଜି କରୁଥିଲେ । କିନ୍ତୁ ସେଠାରେ ହଠାତ ସକାଳେ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଥିଲା । ଝିଅର ମାମୁଁ ଖବର ପାଇ ଯାହା ଦେଖିଲେ ଘୋର ସନ୍ଦେହ କରିଥିଲେ। ଜଣେ ଭଲ ଝିଅ ହଠାତ ଆତ୍ମହତ୍ୟା କରିବ ବୋଲି କେହି ବିଶ୍ୱାସ କରୁନାହାନ୍ତି ବରଂ ଝିଅକୁ ମାରି ଝୁଲାଇ ଦିଆଯାଇଛି ବୋଲି ଝିଅ ବାପା ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ଝିଅ ଶବ ଦେଓଗାଁ ଅଞ୍ଚଳରେ ପହଞ୍ଚିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ହତ୍ୟାକାରୀଙ୍କୁ ଧରିବାକୁ ରାସ୍ତାରୋକ କରିଥିଲେ। ସେମାନେ ମୃତଦେହକୁ ରାସ୍ତାରେ ରଖି ନିଜ ଜିଦିରେ ଅଡି ବସିଥିଲେ । ତେବେ ଘଷିପୁରା ଥାନା ପୋଲିସ୍ ଆସି ଲୋକଙ୍କୁ ବୁଝାଇ ଉଠାଇଥିଲା। ଆଗକୁ ନ୍ୟାୟ ନ ମିଳିଲେ ପୁଣି ଗ୍ରାମବାସୀ ଆନ୍ଦୋଳନ କରିବେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଝିଅ ହତ୍ୟାକାରୀଙ୍କୁ ଧରି ଫାଶୀ ଦେବାକୁ ସେମାନେ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.