ନୂଆପଡା, ୦୯ ଜୁଲାଇ ୨୦୨୫: ଗ୍ରାମୀଣ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଆଜି ନୂଆପଡା ଜିଲ୍ଲା ପାଇଁ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଭ୍ୟାନ୍ ଉଦଘାଟନ କରାଯାଇଅଛି । ଏହି ଭ୍ୟାନଟିକୁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ, IAS, ଆନୁଷ୍ଠାନିକ ଭାବେଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପଦକ୍ଷେପ ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଅଧୀନରେ ସାମାଜିକ କଲ୍ୟାଣ ପାଇଁ ଚାଲିଥିବା ପ୍ରତିବଦ୍ଧତାର ଏକ ଅଂଶ ।
ନୂତନ ଭାବରେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ମୂଳଲକ୍ଷ୍ୟ ହେଉଛି ନୂଆପଡ଼ା ଜିଲ୍ଲାରଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ତଥା ପ୍ରାଥମିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକମାନଙ୍କୁ ଅତ୍ୟାବଶ୍ୟକ ଚିକିତ୍ସା ଯୋଗାଇବା । ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବ୍ୟାପୁଥିବା ବିଭିନ୍ନ ସଂକ୍ରାମକ ରୋଗର ଚିକିତ୍ସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ମୋବାଇଲ୍ ହେଲ୍ଥ ଡିସପେନସାରି ଭ୍ୟାନର ଗତିପଥ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯିବ । ଏହି ମୋବାଇଲ୍ ହେଲ୍ଥ ଡିସପେନସାରି ଭ୍ୟାନଟି ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଡାକ୍ତର, ନର୍ସ ଏବଂ ଫାର୍ମାସିଷ୍ଟଙ୍କୁ ନେଇ ସୁସଜ୍ଜିତ ହୋଇଛି । ଯାହା ବିଭିନ୍ନ ପ୍ରକାରର ପ୍ରାଥମିକ ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟ ପରୀକ୍ଷା, ଟୀକାକରଣ ତଥା ବିଭିନ୍ନ ରୋଗ ପାଇଁ ମୌଳିକ ଔଷଦ ପ୍ରଦାନ କରିବ ।
ଏହି ଉଦଘାଟନ ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଗ୍ରାମୀଣ ସ୍ୱାସ୍ଥ୍ୟ ଉନ୍ନତି କ୍ଷେତ୍ରରେ ଟିପିଡବ୍ଲୁଓଡିଏଲର ଉତ୍ସର୍ଗୀକୃତ ପ୍ରୟାସ ପାଇଁ କମ୍ପାନୀକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାରେ ସାମାଜିକ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ କମ୍ପାନୀକୁ ମତାମତ ଦେଇଥିଲେ ।
ଏହି ଶୁଭ ଉଦଘାଟନ ଅବସରରେ ନିଜର ମତାମତ ପ୍ରକାଶ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି,“ମୁଁ ଏହା ଜାଣି ଖୁସି ଯେ ନୂଆପଡା ଜିଲ୍ଲା ପାଇଁ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିରେ ଜିଲ୍ଲାପାଳଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଛି।ସ୍ୱାସ୍ଥ୍ୟସେବା ଏକ ମୌଳିକ ମାନବିକ ଅଧିକାର । ଏହି ପଦକ୍ଷେପ ମାଧ୍ୟମରେ, ଆମେ ନୂଆପଡାର ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରବେଶ ପାର୍ଥକ୍ୟକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ପ୍ରୟାସ ଅନ୍ତର୍ଭୁକ୍ତ ବିକାଶ ଏବଂ ସମାଜ କଲ୍ୟାଣ ପ୍ରତି ଆମର ପ୍ରତିବଦ୍ଧତା ସହିତ ସଂଯୁକ୍ତ।”
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଟିପିଡବ୍ଲୁଓଡିଏଲ ପକ୍ଷରୁ କଳାହାଣ୍ଡି, ସୋନପୁର ଏବଂ ଦେଓଗଡ଼ ଜିଲ୍ଲାରେ ସମାନ ପ୍ରକାରର ମୋବାଇଲ୍ ହେଲ୍ଥ ଡିସପେନ୍ସରୀ ଭ୍ୟାନ୍ ସଫଳତାର ସହିତ ନିୟୋଜିତ କରାଯାଇଅଛି । ଯାହାପଶ୍ଚିମ ଓଡିଶାର ଗ୍ରାମୀଣ ଅଞ୍ଚଳରେ ସ୍ଥାୟୀ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରି ଆସୁଅଛି ।
Sign in
Sign in
Recover your password.
A password will be e-mailed to you.