ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ନିକଟ ସୁତୁମୁସର ସ୍ଥିତ ବେଲଗୁଣ୍ଠାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ସାହିତ୍ୟ ଘର ଓ ଶିଶୁମନ୍ଦିର ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଜି ଆମ୍ବ, ଅଁଳା, ଜାମୁ କୋଳି, ଅଶୋକ,ବଉଳ ଭଳି ବିଭିନ୍ନ ରକମର ୭୦ ରୁ ଊର୍ଦ୍ଧ୍ଵ ଚାରା ରୋପଣ କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ରନାଥ ରଥ , ସମ୍ପାଦକ ପବିତ୍ର କୁମାର ସାହୁ, ଉପସଭାପତି ମଧୁସୂଦନ ମହାପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ସୁବୁଦ୍ଧି, ସହସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର, ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର,ଆଚାର୍ଯ୍ୟ ପ୍ରତିନିଧି କୈଳାସ ଚନ୍ଦ୍ର ମହାନ୍ତି, ବରିଷ୍ଠ ଆଚାର୍ଯ୍ୟା ଗୀତାଞ୍ଜଳି ମହାପାତ୍ରଙ୍କ ସମେତ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସାମ୍ବାଦିକ ଶିବରାମ ଚୌଧୁରି, ତୋଫାନ କୁମାର ସାହୁ ଏବଂ ସରୋଜ କୁମାର ଶତପଥି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ପ୍ରାୟ ତିନି ଶହରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋଟିଏ ଗୋଟିଏ ବୃକ୍ଷକୁ ଜଣେ ଜଣେ ଛାତ୍ରଛାତ୍ରୀ ଦାୟିତ୍ୱ ନେବା ପାଇଁ ଶପଥପାଠ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post