ବଡ଼ବିଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ  ଜୟନ୍ତୀ ଉତ୍ସବ

0

ବଡ଼ବିଲ (ଚିତ୍ତ ରଞ୍ଜନ କର) 

ବଡ଼ବିଲ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ମଧ୍ୟରେ ପାଳିତ ହୋଇଯାଇଛି । ବଡ଼ବିଲ ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ ବଡ଼ବିଲ ଅଂଚଳର ବହୁ ବୁଦ୍ଧିଜୀବୀ, ଜନସାଧାରଣ, ଛାତ୍ରଛାତ୍ରୀ  ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କର ଭୂମିକା ସଂପର୍କରେ ସମାରୋହର ମୁଖ୍ୟଅତିଥି ପୂର୍ବତନ ନଗରପାଳ ଦିଲିପ ମିଶ୍ର ବର୍ଣ୍ଣନା କରିବା ସହ ସେ ସର୍ବଦା ପୂଜ୍ୟ ଓ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । 

ଏହି ଉତ୍ସବରେ ରଣଜିତ୍ ଚାଟ୍ଟାର୍ଜୀ, ବିଜୟ ମହାନ୍ତ, ପ୍ରତାପ ଦାସ, ଚରଣଜିତ୍ ସିଂ ୱାଲିଆ, ଇନ୍ଦ୍ର ଶର୍ମା, ପରବେଜ ଅଖତର, ରାମୁ କର୍ମକାର, ଦିପେନ ରଣା, ନଳିନୀ ମହାନ୍ତ, ମନୋଜ ପତି, ରଘୁନାଥ ସାହୁ, ଦେବପ୍ରିୟ ରଣା, ବଳରାମ ମହାନ୍ତି, ଗିରିଧାରୀ ଲାଲ, ଇଶା ରଣାଙ୍କ ସମେତ ମ୍ୟୁନିସିପାଲ ହାଇସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଗଣ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.