ଏଇଟା ଷ୍ଟେଟ ବ୍ୟାଙ୍କ ନା ଆଉ କଣ :  ଜାମସେଠ ବ୍ୟାଙ୍କରେ ସେବା ଠପ, ଗ୍ରାହକ ହନ୍ତସନ୍ତ 

0

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :- ବରଗଡ଼ ଜିଲ୍ଲା ଜାମସେଠ ଷ୍ଟେଟ ବ୍ୟାଙ୍କରେ ଦୀର୍ଘ ୧୫ ଦିନହେଲା ବ୍ୟାଙ୍କ ସେବା ଠପ କାରଣ ହେଲା କମ୍ପୁଟର ଚଲୁନାହିଁ । ବ୍ୟାଙ୍କ ସେବା କିଛି କରିବାକୁ ୨୦ କିମି ଦୁରରୁ ଆସି ପ୍ରତିଦିନ ଶହଶହ ଲୋକ ଫେରୁଛନ୍ତି। ଅତି ଜରୁରି କାମ ଯଥା ରୋଗି ସେବା ଅନ୍ୟକୁ ଟଙ୍କା ପଠେଇବା କିଛି ବି କାମ ହେଉନାହିଁ। ଏବେ ପୁରୁଣା ଏଟିଏମ ବନ୍ଦ ହୋଇ ନୂଆ ଏଟିଏମ ପାଇଁ ମୋବାଇଲ ନମ୍ୱର ସଂଯୋଗ କରିବା ପରେ ଏଟିଏମ ପିନ ତିଆରି କରିବାକୁ ହନ୍ତସନ୍ତ ହେବାକୁ ପଡ଼ୁଛି। ସରକାର ଡିଜିଟାଲ ସେବା ନା ରେ ଡିମଡିମ ପିଟୁଥିବା ବେଲେ ଜାମସେଠ ବ୍ୟାଙ୍କ ସେବା ଉପରେ ନିର୍ଭର କରୁଥୁବା ହଜାର ହଜାର ଉପଭୋକ୍ତାଙ୍କ ଦୁଖ କହିଲେ ନସରେ। ବ୍ୟାଙ୍କ କର୍ମଚାରୀ  ତଥା ମ୍ୟାନେଜରଙ୍କୁ ପଚାରିଲେ ଅସହାୟ ସହିତ ଆମେ ଉପରକୁ ଜଣାଇଛୁ ବୋଲିଥାନ୍ତି।ଏହା ଉପରେ ଶିଘ୍ର ସମାଧାନ ନ କଲେ ଆନ୍ଦୋଳନ କରିବାକୁ ଏ ଅଞ୍ଚଳ ବୁଦ୍ଦିଜିବି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.