ବଲାଙ୍ଗୀର ଜିଲ୍ଲାସ୍ତରୀୟ ପାଣିପଂଚାୟତ ପାଳନ ସମାରୋହ 

0

ବଲାଙ୍ଗୀର. ନିରୋଜ ମିଶ୍ର :ବଲାଙ୍ଗୀର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ସମାରୋହ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ପାଣି ପଂଚାୟତ ରଥ ପରିକ୍ରମାର ଶୁଭ ଉଦ୍ଘାଟନ ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ନିର୍ବାହି ଯନ୍ତ୍ରୀ ପ୍ରଭାତ ରଂଜନ ରାଉତ ଓ ନିର୍ବାହୀ ଯନ୍ତ୍ରୀ, ଚଣ୍ଡେଶ୍ୱର ବେହେରା ରଥକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଭାକୁ ସଭାପତିତ୍ୱ କରିଥିଲେ ଆପେକ୍ସ କମିଟିର ସଭାପତି ଆକାଶ ମିଶ୍ର ଓ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା ଦେଇଥିଲେ ।  ମୁଖ୍ୟ ଅତିଥିଭାବେ ଲୋୟର ସୁକତେଲ ଜଳ ସେଚନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ଉପକୃଷି ନିଦେ୍ର୍ଧଶକ ଶ୍ରୀଧର ଦାସ, ଉପନିଦେ୍ର୍ଧଶକ ଉଦ୍ୟାନ ପ୍ରଫୁଲ୍ଲକୁମାର ସ୍ୱାଇଁ, ଖୁଦ୍ର ଜଳସେଚନ ଯୋଜନାର ନିର୍ବାହି ଯନ୍ତ୍ରୀ ବିଜୟକୁମାର ପରିଡା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ  ବୈଜ୍ଞାନିକ ଆଶିଷ ଦାସ, ଜିଲ୍ଲା ମସ୍ୟ ଅଧିକାରୀ ଗଜେନ୍ଦ୍ର ପ୍ରଧାନ, ଉପନିଦେ୍ର୍ଧଶକ ମୁର୍ତ୍ତିକା ସଂରକ୍ଷଣ ତଥା ପ୍ରକଳ୍ପ ନିଦେ୍ର୍ଧଶକ ଜଳବିଭାଜିକା ସୌମେନ୍ଦ୍ର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଅଗ୍ରଣି ·ଷି ଭାବରେ ଲଲିତ ସାହୁ, ସାରଥି ସାହୁ ଶଶି ମହାକୁର, ଧନୁଞ୍ଜୟ ପଟେଲ, ବୁଧୁ ସାହୁ, ରାଜସେନାପତି, ବଲାସ ଜେନା, ସାମ୍ବାଦିକ ପୁର୍ଣ୍ଣ ଚନ୍ଦ୍ର ପଣ୍ଡା, ଶରତ ଚନ୍ଦ୍ର ମିଶ୍ର ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲଛମନ ଦାସ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଭିଲାସ ପଣ୍ଡା, ଦ୍ୱିତୀୟରେ ସୌମ୍ୟଜିତ ମିଶ୍ର ଓ ତୃତୀୟ ସ୍ଥାନରେ ଶୁଭଙ୍କର ଶତପଥିଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ । ଏହି ସମାରୋହରେ ପାଣିପଂଚାୟତର କର୍ମକର୍ତ୍ତା ଅଗ୍ରଣୀ ·ଷୀ ତଥା ଜନସାଧାରଣ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । 

 

Leave A Reply

Your email address will not be published.