ଇସ୍ତାହାର ପ୍ରସ୍ତୁତି ପାଇଁ ରାଜନୈତିକ ଦଳଙ୍କୁ ନିଜ ଅଞ୍ଚଳର ସମସ୍ୟା ଜଣାଇବାକୁ ବୈଠକ

0

 ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବୋଡେ଼ନ ବ୍ଳକ ଖଇରା ଗ୍ରା ପ ରେ ନିର୍ବାଚନ୨୦୧୯ କୁ ଦୃଷ୍ଟିରେ ରଖି ଇସ୍ତାହାର ପ୍ରସ୍ତୁତି ପାଇଁ ରାଜନୈତିକ ଦଳଙ୍କୁ ନିଜ ଅଞ୍ଚଳର ସମସ୍ୟା ଜଣାଇବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ସୁକାନ୍ତି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପି ଇ ଓ ପ୍ରଦୀପ କୁମାର ଠାକୁର,ଅଙ୍ଗନବାଡି କର୍ମୀ ବଉଦା ଦଣ୍ଡସେନା ଓ ନମିତା ମାଝି, ଆଶା ଯୁବାବତୀ ଦୀପ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ,ଏସ ଏଚ ଜି ସଭ୍ୟ, ଯୁବ ସ୍ବେଚ୍ଛାସେବୀ ଗଣ ଯୋଗଦେଇ ନିଜ ଅଞ୍ଚଳ ର ବିଭିନ୍ନ ସମସ୍ୟା ବିଶେଷ କରି ପୁଷ୍ଟିହୀନତା ହ୍ରାସ ପାଇଁ ସରକାରୀ ଦଳ ନିଜ ଇସ୍ତାହାରରେ ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ। ବୋଡେ଼ନ ଡାକ୍ତରଖାନା ରେ ମହିଳା ଡାକ୍ତର ନିଯୁକ୍ତି, ବୋଡେ଼ନ ରେ ପୁଷ୍ଟି ସାଧନ କେନ୍ଦ୍ର ପ୍ରତିଷ୍ଠା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଙ୍ଗନବାଡି କେନ୍ଦ୍ର ସବୁର ଭିତ୍ତିଭୂମି ର ବିକାଶ,ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଡାଲି, ତେଲ ଓ ମାଣ୍ଡିଆ କୁ ଅନ୍ତର୍ଭୁକ୍ତ କରିବା, ପ୍ରାକ ବିଦ୍ୟାଳୟ ଓ ଘରକୁ ନେବା ଶୁଖିଲା ଖାଦ୍ୟ ରେ କ୍ଷୀର ଓ ପାଉଁରୁଟି ଦେବାକୁ ଦାବି କରାଯାଇଥିଲା। ସ୍ପ୍ରେଡ଼ ଅନୁଷ୍ଠାନ ସୌଜନ ରେ ଅନୁଷ୍ଠିତ ଏହା ବୈଠକରେ ଦେବେନ୍ଦ୍ର ଭିତିରିଆ ପରିଚାଳନା କରିଥିବା ବେଳେ ବ୍ଲକ ସଂଯୋଜକ କୁନାଲ ଚରଣ ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମହେନ୍ଦ୍ର ମାଝୀ ଓ ମାଳତୀ ମାଝୀ ସହଯୋଗ କରିଥିଲେ।

Leave A Reply

Your email address will not be published.