ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଉଦ୍ଦେଶ୍ୟରେ ଗାଙ୍ଗପୁର ଥାନା ପକ୍ଷରୁ ଏକତା ଏବଂ ଅଖଣ୍ଡତା ସଚେତନତା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ଏହି ଶୋଭାଯାତ୍ରା ଗାଙ୍ଗପୁର ଥାନାରୁ ଆରମ୍ଭ ହୋଇ ବଜାର ପରିକ୍ରମା ପରେ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ସମାପ୍ତ ହୋଇଥିଲା I ଜାତୀୟ ଏକତା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଜନ ସାଧାରଣଙ୍କୁ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ପାଇଁ ଆହ୍ୱାନ ଦିଆଯାଇଥିଲା I ସେହିପରି ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଉପସ୍ଥିତ ଶିଶୁ ମାନଙ୍କୁ ଏକତା ଏବଂ ଅଖଣ୍ଡତା ସମ୍ପର୍କରେ ସଚେତନ କରାଯିବା ସହ ଛୋଟ ବେଳୁ ହିଁ ସମସ୍ତେ ଏକାଠି ହୋଇ ରାଷ୍ଟ୍ର ପାଇଁ କାମ କଲେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରହିବ ବୋଲି ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ ମଲ୍ଲିକ୍, ଏଏସ୍ଆଇ ବି. ନାଇଡ଼ୁ, କନେଷ୍ଟବଲ୍ ଗୌଡ଼ ବାବୁ, ଅନ୍ୟାନ୍ୟ ପୋଲିସ୍ କର୍ମଚାରୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଗଣେଶ ଗୁରୁଜୀ, ପବିତ୍ର ଗୁରୁଜୀ, ମିଥୁନ୍ ଗୁରୁଜୀ,ବିଶ୍ୱରଞ୍ଜନ ଗୁରୁଜୀ, ସମସ୍ତ ଗୁରୁମା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post