ମଶା ଧୂଆଁରୁ ପୋଡିଗଲା ଗୁହାଳ – ଗାଈ ଜୀବନ୍ତ ଦଗ୍ଧ

5

ଅସ୍ତରଙ୍ଗ :ଶନିବାର ବିଳମ୍ବିତ ରାତିରେ ମଶା ଧୂଆଁରୁ ନିଆଁ ଲାଗି ଅସ୍ତରଙ୍ଗ ଥାନା ମାଳଦା ଗ୍ରାମର ମହେଶ୍ବର ବିଶ୍ଵାଳଙ୍କ ଗୁହାଳ ସମ୍ପୂର୍ଣ ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଗୁହାଳରେ ବନ୍ଧା ହୋଇଥିବ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏ ନେଇ ଶ୍ରୀ ବିଶ୍ବାଳ ଅସ୍ତରଙ୍ଗ ତହସିଲଦାର ଓ ପ୍ରାଣୀଧନ ମୁଖ୍ୟ ଚିକିତ୍ସକଙ୍କୁ ଲିଖିତ ଭାବେ ଅବଗତ କରାଇ ସହାୟତା ପାଇଁ ନିବେଦନ କରିଛନ୍ତି। ବିଳମ୍ବିତ ରାତି ୨ଟା ରେ ଗୁହାଳ ଜଳି ଯାଉଥିବା ଦେଖି ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗୁହାଳ ସମେତ ଗାଈଟି ସମ୍ପୂର୍ଣ ପୋଡ଼ିଯାଇଥିଲା।

Leave A Reply

Your email address will not be published.