ଜଗତସିଂହପୁର,ତା-୨୭.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଅନ୍ତର୍ଗତ ପବିତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଗ୍ରାମରେ ଥିବା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ପୂର୍ବରାତ୍ର ୪.୩୦ ମିନିଟ ସମୟରେ ମଙ୍ଗଳସ୍ମୃତି ପାଠ, ମଙ୍ଗଳ ଆଳତି, ୫.୩୦ ମିନିଟ୍ ସମୟରେ ସ୍ନାନାଦି ନିତ୍ୟକ୍ରିୟା ସଂପାଦନ, ୭.୩୦ ମିନିଟ ସମୟରେ ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ପାକଶାଳା ପୂଜା, ବୈଷ୍ଣବାଗ୍ନି ସଂସ୍କାର,ଷୋଡଶ ଉପଚାର ପୂଜା, ମଧ୍ୟାହ୍ନ ୧୨ ଘଟିକା ସମୟରେ ମଧ୍ୟାହ୍ନ ଧୂପ, ୧୨.୩୦ ମିନିଟ ସମୟରେ ରଥପ୍ରତିଷ୍ଠା ଓ ପତାକାଲାଗି , ଅପରାହ୍ନ ୪ ଘଟିକା ସମୟରେ ପ୍ରଭୁଙ୍କ ପହଣ୍ଡି ବିଜେ, ଅପରାହ୍ନ ୪.୩୦ ମିନିଟ ସମୟରେ ଠାକୁର ରାଜା ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଯୋଗଦେଇ ରଥମାର୍ଜନା ଓ ଛେରାପହଁରା କରି ସମସ୍ତ ରୀତିନୀତି କାର୍ଯ୍ୟ ସମାପନ ପରେ ସର୍ବସାଧାରଣଙ୍କ ଭୋଗଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ରଥଯାତ୍ରା ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ତେବେ ଏହି ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତି ଙ୍କର ଦିବ୍ୟଦର୍ଶନ ଲାଭ କରିଥିଲେ। ମନ୍ଦିର ପରିଚାଳନା ଟ୍ରଷ୍ଟି ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ତହସିଲଦାର ଶ୍ରୀ ଅଜୟ କୁମାର ମହାନ୍ତି, ଆରକ୍ଷୀ ନିରୀକ୍ଷକ ଶ୍ରୀ ପ୍ରଭାସ କୁମାର ସାହୁ,ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ, ଆରକ୍ଷୀ ବାହିନୀ,ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା, କୋଷାଧକ୍ଷ ଅଭୟ କୁମାର ଦାଶ,ମନ୍ଦିରର ମୁଖ୍ୟ ପୂଜାପଣ୍ଡା ଅରୁଣ କୁମାର ପଣ୍ଡା, ମୁଖ୍ୟ ପୁରୋହିତ ସୁରେନ୍ଦ୍ରନାଥ ଦାଶଶର୍ମା,ରାମଚନ୍ଦ୍ର ଦାଶ, କାଳିକିଙ୍କର ଆଚାର୍ଯ୍ୟ, ଲଷ୍ମୀନାରାୟଣ ସାମନ୍ତରାୟ, ପ୍ରଫୁଲ୍ଲ କୁମାର ସାହୁ, ଡାଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ଚିତରଞ୍ଜନ ପଣ୍ଡା, ଜ୍ୟୋତିର୍ମୟୀ ମହାନ୍ତି, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯିବା ସହ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁ ବିକ୍ରୟ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.