ଓଡ଼ଗାଁ,୨୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହୋଇଯାଇଛି।କୁରାଳ ଦଧିବାମନ ଜୀଉଙ୍କ ରଥଯାତ୍ରାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବୈଦିକ ବ୍ରାହ୍ମଣମାନଙ୍କ ଦ୍ବାରା ଭବ୍ୟ ରଥକୁ ପବିତ୍ରିକରଣ ଏବଂ ପ୍ରତିଷ୍ଠା ପରେଶ୍ରୀ ଜୀଉଙ୍କ ରଥାରୂଢ଼ ହୋଇଥିଲେ। ଭୂବନେଶ୍ବରରେ ରହୁଥିବା କୁରାଳ ଗ୍ରାମର ବିଶିଷ୍ଟ ଶିଳ୍ପପତି ପଦ୍ମ ଚରଣ ପାତ୍ର ଛେରାପହଁରା କରିବା ପରେ ରଥ ଚାମର ଖୋଲି ଅଶ୍ବ ବନ୍ଧା ଯାଇଥିଲା।ଆଖି ପାଖ ପଞ୍ଚାୟତ ତଥା ଗଞ୍ଜାମ ଜିଲାରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଭକ୍ତ ରଥ ଟାଣିବାର ସୈାଭାଗ୍ୟ ଅର୍ଜନ କରିଥିଲେ। ସେହିପରି କୋମଣ୍ଡରେ ଡଙ୍କନାଶନ (ଦଧିବାମନ) ଓଡ଼ଗାଁ, ରଙ୍ଗଣୀପାଟଣା, କୋରପିଠା, ଗୈାଡପୁଟ, ନନ୍ଦିଘୋର, ପଞ୍ଚରିଡା, ସାକେରି ଏବଂ ଅନ୍ୟ ସ୍ଥାନ ମାନଙ୍କରେ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ରଥଟଣା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.