ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ କବି କଳହଂସ ଗୋପାଳକୃଷ୍ଣଙ୍କ ୨୪୨ତମ ଜୟନ୍ତୀ ପାଳିତ ହୋଇ ଯାଇଛି।
ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ମନୋଜ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସମ୍ମାନିତ ବକ୍ତା ଭାବେ ଇଁ ଶ୍ୱେତା ପଟ୍ଟନାୟକ ଓ ବ୍ରଜାନନ୍ଦ ପଟ୍ଟନାୟକ ଯୋଗଦେଇ ପାରଳାର କିମ୍ବଦନ୍ତୀ ପୁରୁଷ , ଏମାଟିର ଅମ୍ଳାନ ପ୍ରତିଭାଧର ଓଡ଼ିଶା ଇତିହାସର ଅଦ୍ୱିତୀୟ ମନି ଶୀ ଗୋପାଳକୃଷ୍ଣଙ୍କ ପଦାବଳୀ କାଳଜୟୀ ବୋଲି ବକ୍ତା ମାନେ କହିଥିଲେ।
ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କବିଙ୍କର ବର୍ଣ୍ଣନା ଗୀତ ବର୍ଣ୍ଣନା କରିଥିଲେ।
ପ୍ରାତଃ ସମୟରେ ଗୋପାଳକୃଷ୍ଣ ପାଠାଗାର ସ୍ଥିତ ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ସଭାକାର୍ଯ୍ୟ ପ୍ରାରମ୍ଭରେ ରାଜେନ୍ଦ୍ର କୁମାର ରଥ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ସଂପାଦକୀୟ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଗୋପାଳ ନାୟକ , ଶ୍ୟାମସୁନ୍ଦର ଗନ୍ତାୟତ , ଡ.ନରସିଂହ ଗୌଡ , ଭାଗବତ ପାଢୀ , ସ୍ନେହା ବେହେରା , ତ୍ରିପତି ପଣ୍ଡା ପ୍ରଭୁତି ନିଜ ନିଜର ମତ ପ୍ରକାଶ କରିଥିଲେ।
ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ
ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ତନିଶା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରରମ୍ଭିକ ସଙ୍ଗୀତ ନୟନା ପଟ୍ଟନାୟକ ଗାନ କରିଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ରାଜେଶ୍ବରୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.