ମିଶନ ପଞ୍ଚମ ଇଂନିଙ୍ଗସ : ଜଗାର  ଆଶୀଷ ନେଇ ରଣଭେରୀ ବଜାଇବେ ନବୀନ

0

ପ୍ରତିଷ୍ଠା ଦିବସରେ ପୁରୀରେ ହେବ ସମାବେଶ !

Image result for navin patnaik

ଭୁବନେଶ୍ୱର/ମାନସୀ ମିଶ୍ର : ଏ ବିଜେପିକୁ ଭରସା ନାହିଁ, ଯେମିତି ପ୍ରତିହିଂସା ପରାୟଣ ହୋଇ ବିଜେପି ସଭାପତି ଅମିତ ସାହ ଓ କେନ୍ଦ୍ର ବିଜେପି ସରକାର, ଯେଉଁ  ଭଳି ଭାବେ ଅନ୍ୟ ଦଳର ନେତା ମାନଙ୍କୁ ଚଢା ମୂଲ୍ୟରେ  ଇମ୍ପୋର୍ଟ କରୁଛନ୍ତି, ତେଣୁ କେତେବେଳେ କେଉଁ ଗେମ ଖେଳିପାରନ୍ତି । ନିର୍ବାଚନ ଚାରିମାସ ଥିବ, ବିଜେଡିର କିଛି ବିଧାୟକ ଓ ନେତାଙ୍କୁ ବାଢିବା ପାଇଁ କେନ୍ଦ୍ର ବିଜେପି ସରକାର ଯୋଜନା ରଖିଥିବା ଖବର ମଧ୍ୟ ପରୋକ୍ଷ ସୂଚନା ମିଳିଛି ବିଜେଡି ମହଲରେ । ଗୁଜୁରାଟ ନିର୍ବାଚନ ଫଳାଫଳ ଉପରେ ବି ବିଜେପିର ମତିଗତି ନିର୍ଭର କରିଛି । ହୁଏତ ଏମିତିବି ହୋଇପାରେ, ଧାର୍ଯ୍ୟ ସମୟର ବହୁଆଗରୁ ଅର୍ଥାତ ୨୦୧୮ରେ ଭୋଟ କରାଇପାରେ କେନ୍ଦ୍ରର ବିଜେପି  ସରକାର । ଆଉ ଖଣିଜ ବହୁଳ ଓଡିଶା ଓ ଶବ୍ଦ ବାଣରେ ନାକରେ ପାଣି ପିଇଯାଉଥିବା ପଶ୍ଚିମବଙ୍ଗର ମମତା ସରକାର ଉପରେ ବିଜେପିର ଶାଗୁଣା ନଜର ରହିଛି ପୁର୍ବାଞ୍ଚଳର ବିକାଶ ସ୍ଲୋଗାନ ଭିତରେ । ଯଦିଓ ଗତ କିଛି ମାସ ଭିତରେ ବିମୁଦ୍ରାୟାନ ଓ ଜିଏସଟି ଯୋଗୁ ଲୋକଙ୍କ ଭିତରେ କିଛିଟା ବୀତସ୍ପୃହତା ଆସିଥିବା ବେଳେ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳତା ଯୋଗୁ ଲୋକଙ୍କ ଭିତରେ ମୋଦି ପ୍ରଭାବ ହ୍ରାସ ପାଇଛି, ତଥାପି ସରକାର କ୍ଷମତାରେ ଥିବା ଯୋଗୁ ଯାହା ବି କରିପାରନ୍ତି ! ସେପଟେ ବିଜେପି ଇଭିଏମ ଟ୍ୟାମ୍ପରିଙ୍ଗ କରିବାର ଅଭିଯୋଗ ଜୋରଦାର ହୋଇଥିବା ବେଳେ ନବୀନ ବାବୁ ଏବେ ଦୋଛକିରେ । ଇଭିଏମ ଭଳି ଆଶଙ୍କାକୁ ନ ବିରୋଧ କରିପାରୁଛନ୍ତି ନ ବାଲଟକୁ ସମର୍ଥନ କରି ପାରୁଛନ୍ତି । କାରଣ ଅତୀତରେ ବିଜେଡି ବିରୋଧରେ ମଧ୍ୟ ଇଭିଏମ ଟ୍ୟାମ୍ପରିଙ୍ଗ ଅଭିଯୋଗ ଆସିଥିଲା ।  ତେଣୁ କଥାରେ ଅଛି  ଚୋର ମା ଯେବେ କାନ୍ଦେ ଦୁଆର ଦେଇ କାନ୍ଦେ, ଉପରୋକ୍ତ ପ୍ରସଙ୍ଗରେ ବିଜେଡିର ହାଲତ ସେୟା ।  ସେ ଯାହାବି ହେଉ,ବିଜେପିର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଗଲେଣି ସଂଖପତି ବା ବିଜେଡି ସଭାପତି ନବୀନ ପଟ୍ଟନାୟକ । ପର୍ଯ୍ୟାୟ କ୍ରମେ ଦଳର ନେତାମାନଙ୍କ ସହ ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ଆଲୋଚନା ଚଳାଇଛନ୍ତି। ଦଳର ଯୁବ ନେତାଙ୍କ ଭିତରେ ଦେଖାଦେଇଥିବା ଫାଟକୁ ଦୂର କରିବା ପାଇଁ କାର୍ଯ୍ୟକ୍ରମ  ଆରମ୍ଭ କରିଦେଇଛନ୍ତି । ତେଣୁ ମୋଟାମୋଟି ଭାବେ ଦଳକୁ ପୁରା ପ୍ରସ୍ତୁତ ହେବ ପାଇଁ ନବୀନ ବାବୁ ପରୋକ୍ଷ ଇଙ୍ଗିତ ଦେଇ ସାରିଛନ୍ତି ! ଯୁବ ନେତା ମାନଙ୍କ ମଧ୍ୟରେ ଚାଲିଥିବା ଟାଣ ଓଟରା ଉପରେ ନବୀନ ବାବୁ ସତର୍କ ନଜର ରଖିଛନ୍ତି ! ଆଗକୁ ଆସୁଛି ଦଳର ପ୍ରତିଷ୍ଠା ଦିବସ, ପ୍ରତିଷ୍ଠା ଦିବସ ପରେ ହାତରେ ଆଉ ମାତ୍ର ନିର୍ବାଚନ ପାଇଁ ଆଉ ହାତରେ ୬ରୁ ୮ମାସ ସମୟ ।  ତେଣୁ ପ୍ରତିଷ୍ଠା ଦିବସରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ବଇନି ଆରମ୍ଭ କରିବା ପାଇଁ ମନସ୍ଥ କରିସାରିଛନ୍ତି ।  ଆଉ ଦଳର ପ୍ରତିଷ୍ଠା ଦିବସକୁ ଏକ  ପାର୍ଟି ଅଫିସ ଭିତରେ ସାମିଲ ନକରି କାର୍ଯ୍ୟାଳୟ ବାହାରେ ଏକ ବଡ ସମାବେଶ କରିବା ପାଇଁ ଆପାତତଃ ଯୋଜନା କରିବାକୁ ନିଷ୍ପତି ନେଇଛନ୍ତି । ଆଉ ଦଳର ସେଇ କରମୀ ମାନଙ୍କୁ ନବିନ ବାବୁ ସେଥି ଇମୋସନାଲ ଆପିଲ କରିବେ । ଆଉ ନବୀନ ବାବୁଙ୍କ ବାର୍ତା ନେଇ ପଂଚାୟତସ୍ତରୀୟ ନେତାମାନେ ଲୋକଙ୍କ ପାଖକୁ ଯିବେ ଆଉ ଭୋଟ ପର୍ଯ୍ୟନ୍ତ ସେ ହାଙ୍ଗଓଭର ବଜାୟ ରଖିବାକୁ ଚେଷ୍ଟା କରିବେ । ଆଉ ଏଥର ପ୍ରତିଷ୍ଠା ଦିବସ ପୁରୀରେ କରାଯିବା ପାଇଁ ନିଷ୍ପତି ନେଉଥିବା ଜଣାପଡିଛି । ଜଗନ୍ନାଥଙ୍କ ଆଶୀର୍ବାଦ ମିଶନ ପଞ୍ଚମ ଇଂନିଙ୍ଗସର ଅଭିଯାନ ଆରମ୍ଭ କରିବେ । ଆଉ ଶଙ୍ଖ ଫୁଙ୍କି ନବୀନ ନିର୍ଣ୍ଣାୟକ ଲଢେ଼ଇର ଶୁଭାରମ୍ଭ କରିବେ ।

Leave A Reply

Your email address will not be published.