କେନ୍ଦୁଝର,ତା୨୬/୬- ବର୍ଷା ପାଗରେ ଜଙ୍ଗଲକୁ ଛେଳି ଲାଗି ଡ଼ାଳ ଆଣିବାକୁ ଯାଇ ବୃଦ୍ଧ ଭାଲୁ ଦଳ ହାବୁଡ଼ରେ ପଡ଼ି ପ୍ରାଣ ହରାଇଲେ। ଘଟଗାଁ ରେଞ୍ଜ ଅନ୍ତର୍ଗତ କୋଳିପଶି ଗ୍ରାମ ନିକଟରେ ଥିବା ଅଟେଇ ଜଙ୍ଗଲକୁ ନୁନୁ ନାଏକ ଆଜି ସକାଳେ ଛେଳି ଲାଗି ଡାଳ ପତ୍ର ଭାଙ୍ଗି ଆଣିବାକୁ ଯାଇ ଥିଲେ। ହେଲେ ସେ ଜଙ୍ଗଲ ଭିତରେ ୩ ଭାଲୁଙ୍କ ହାବୁଡରେ ପଡ଼ିଯାଇଥିଲେ । ବର୍ଷା ଲାଗି ଭାଲୁ ମାନେ ଠିକ୍ ଭାବରେ ଖାଇବାକୁ ନପାଇ ହିଂସ୍ର ହୋଇଥିଲେ । ଏଣୁ ବୃଦ୍ଧ ନୁନୁଙ୍କୁ ସେମାନେ କାମୁଡ଼ି ପକାଇଥିଲେ ତାଙ୍କର ପେଟ, ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେବେ ଚିତ୍କାର ଶୁଣି ସେହି ଜଙ୍ଗଲରେ ଛତୁ ଗୋଟାଉ ଥିବା ଅନ୍ୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ହେଲେ ସେତେବେଳେ ବୃଦ୍ଧ ନୁନୁ ପ୍ରାଣ ହରାଇ ସାରିଥିଲେ। ଖବର ପାଇ ବନ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରୁଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ଏବେ ବନ୍ୟଜନ୍ତୁ ଆକ୍ରମଣରେ କେହି ମୃତାହତ ହେଲେ ପରିବାର ୧୦ ଲକ୍ଷ ଟଙ୍କା ଦେବାକୁ ବ୍ୟବସ୍ଥା କରି ଥିବାରୁ ଏଥିର ମୃତ ନୁନୁ ନାଏକ ପରିବାର ନିଶ୍ଚିତ ଏହି ଟଙ୍କା ପାଇବେ ବୋଲି ଆଲୋଚନା ହେଉଛି । ତେବେ ଏହି ଟଙ୍କା ସଂରକ୍ଷିତ ଜଙ୍ଗଲକୁ କାହିଁକି ଯାଇଥିଲ କହି ମିଳୁଛି କି ନାହିଁ ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.