ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୁ. ନୂଆଗାଁ ଗ୍ରାମ ଦେଇ ଯାଇଥିବା ରାସ୍ତାଟି ଅତ୍ୟନ୍ତ କଦର୍ଯ୍ୟ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଭଞ୍ଜନଗର-ଭୁବନେଶ୍ଵର ମୁଖ୍ୟ ରାସ୍ତାକୁ ସଂଯୋଗ କରେ । ଏହି ରାସ୍ତା ଉପରେ ଘୁ.ନୂଆଗାଁ ସହିତ ମହୁଲିଆ, ଉସ୍ତିଆ, ଭେରେଡ଼ା କଣ୍ଟାଡ଼ୋର ଏବଂ ହରିପୁର ସହ ପାଖାପାଖି ୧୦ ଟି ଗ୍ରାମର ଲୋକେ ଯା ଆସ କରିବାକୁ ବ୍ୟବହାର କରିଥାନ୍ତି। . ଘୁ. ନୂଆଗାଁ ଶନିଶ୍ଚର ମନ୍ଦିର ଦର୍ଶନ କରିବାକୁ ବହୁଆଡୁ ଶ୍ରଦ୍ଧାଳୁ ଆସନ୍ତି । ପ୍ରତିଦିନ ଛାତ୍ରଛାତ୍ରୀମାନେ ପାଠପଢ଼ା ପାଇଁ ଭଞ୍ଜନଗର କିମ୍ଵା ବେଲଗୁଣ୍ଠା ପାଇଥାନ୍ତି। ପ୍ରଶାସନ ନଜରକୁବାରମ୍ଵାର ଆଣିଲେ ମଧନ୍ ନୂତନସଡ଼କ ନିର୍ମାଣ କରାଯାଉନାହିଁ। ସେହିପରି ଘୁ. ନୂଆଗାଁ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠିକ୍ ଭାବେ ପହଞ୍ଚିପାରିନାହିଁ।୧୫୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ସତ୍ତ୍ଵେ ଏହି ଗ୍ରାମର ଲୋକେ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମସ୍ଥଳୀ ହୋଇଥିବା ସତ୍ତ୍ଵେ ତାଙ୍କ ଉତ୍ତରାଧିକାରୀଙ୍କ ୨୪ ବର୍ଷର ସରକାର ଏହି ଗ୍ରାମର କୌଣସି ଆଖି ଦୃଶିଆ ଉନ୍ନତି କରିନଥିବାବେଳେ ବା ବର୍ତ୍ତମାନ ମଧ୍ୟ ସେହିପରି କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ପ୍ରକାଶ ଥାଉକି ଜଳସେଚନ ବିଭାଗ ଦ୍ୱାରା ପ୍ରାୟ ତିନିବଷ ତଳେ ଲଷ୍ମୀ ନାୟକ ନାମକ ଏକ ଠିକାଦାର ଏହି ରୋଡ କାମକୁ ଟେଣ୍ଡେର ମାଧ୍ୟମରେ ନେଇ କାମ କରିଥିଲେ କିନ୍ତୁ କାମ ନିମ୍ନ ମlନର ହେଉଥିବା ଅଭିଯୋଗ କରି ଗ୍ରାମ ବାସି ଏହାକୁ ବିରୋଧ କରିଥିଲେ l ପ୍ରାୟ ଦୁଇ ତିନିମାସ କାମ ବନ୍ଦ ରହିବା ପରେ ପୁଣି ସେହି ସଂସ୍ଥା କାମ କରିଥିଲେ l ଯାହା ଅଞ୍ଚଳବାସୀଙ୍କ କ୍ଷୋଭର କାରଣ ପାଲଟିଛି l ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l
Sign in
Sign in
Recover your password.
A password will be e-mailed to you.