ଷ୍ଟେଟ ବ୍ୟାଙ୍କ, ଦି ବେଲର ମିଳିତ ଆନୁକୁଲ୍ୟରେ ୧୨୫ ୟୁନିଟ ରକ୍ତ ସଂଗ୍ରହ

2

ପୁରୀ,୨୦/୬ – ଷ୍ଟେଟ ବ୍ୟାଙ୍କର ୭୦ ତମ ପ୍ରତିଷ୍ଠା ଦିବସ ଓ ରଥ ଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ କ୍ଷେତ୍ର ପୁରୀ, ଓ ପୁରୀ ଜିଲ୍ଲା ସ୍ବେଛାସେବୀ ଅନୁଷ୍ଠାନ ଦି ବେଲ୍ ର ମିଳିତ ଆନୁକୁଲ୍ୟରେ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨୫ଟି ରକ୍ତ ସଂଗ୍ରହ ହୋଇଥିଲା । ଶିବିରକୁ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କୁ ବଞ୍ଚାଇ ପାରେ ତେଣୁ ରକ୍ତ ଦାନ କୁ ଭୟ ନ କରି ସମସ୍ତେ ରକ୍ତ ଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଷ୍ଟେଟ୍ ବ୍ୟାଙ୍କ୍ କ୍ଷେତ୍ରୀୟ ପ୍ରବନ୍ଧକ ଭରତ ଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟରେ ନିଜର ସହଭାଗିତା ରଖିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଷ୍ଟେଟ ବ୍ୟାଙ୍କ କେବଳ ଗ୍ରାହକ ସେବା କ୍ଷେତ୍ରରେ ନୁହଁ ବରଂ ସାମାଜିକ କାର୍ଯ୍ୟ ଭାଗିଦାରିତାରେ ଏହି ୭୦ ବର୍ଷ ମଧ୍ୟରେ ସ୍ଵତନ୍ତ୍ର ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଥିଲେ ।ଏହି ଅବସରରେ ଷ୍ଟେଟ ବ୍ୟାଙ୍କ୍ ର ମୁଖ୍ୟ ପ୍ରବନ୍ଧକ ହୃଷୀକେଶ ତ୍ରିପାଠୀ ,ପୁରୀ ଆଞ୍ଚଳିକ କାର୍ଯ୍ୟାଳୟ ମାନବ ସମ୍ବଳ ପ୍ରବନ୍ଧକ ଜିତେନ୍ଦ୍ର ନାୟକ ,ମୁଖ୍ୟ ପ୍ରବନ୍ଧକ କାଶୀନାଥ ଦାସ,ଉପ ପ୍ରବନ୍ଧକ ପ୍ରଶାସନ ପ୍ରତାପ କୁମାର ଜେନା ,ପ୍ରବନ୍ଧକ ରାଜେଶ କୁମାର ସାହୁ ପ୍ରଭୃତି ସମସ୍ତ ରକ୍ତ ଦାତାଙ୍କୁ ଷ୍ଟେଟବ୍ୟାଙ୍କ ତରଫରୁ ଉପହାର ଓ ସାର୍ଟିଫିକଟେ ପ୍ରଦାନ କରିଥଲେ।ରକ୍ତ ଦାନ ଶିବିର କୁ ଷ୍ଟେଟ ବ୍ୟାଙ୍କର ବରିଷ୍ଟ ଅଧିକାରୀଙ୍କ ସହିତ ବେଲ୍ ସ୍ବେଛାସେବୀ ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.