ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ୧୪ ଜୁନ୍ ୨୦ ପର୍ଯ୍ୟନ୍ତ ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା , ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଆଜି ଉଦଯାପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗାରାଜୁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା ,ବଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ପଣ୍ଡା , ଡେପୁଟି ସିଓ ଓରମାସ ଶ୍ରୀ ସୁବଳ କୁମାର ଜେନାମଣି ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଥିଲା। ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସେହିପରି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ତରପରୁ ୩୦ ଉର୍ଦ୍ଧ୍ବ ଜଣଙ୍କୁ ଜଙ୍ଗଳ ଜମି ପଟ୍ଟା ପ୍ରଦାନ କରାଯାଇଥିଲା।
ସେହିପରି ଓରମାସ ପକ୍ଷରୁ ୭୭ ଗୋଟି ଷ୍ଟଲ କରାଯାଇଥିବା ବେଳେ ସାତଦିନ ରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିଲା। ଏଥିରେ ଗଜପତି ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନ ଗୁଡିକ ଉପକୃତ ହୋଇଥିଲେ । ଏଥିସହ ସୁଭଦ୍ରା ପାରମ୍ପରିକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଯେଉଁଥିରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯିବା ସହ ବିକ୍ରୀ କରାଯାଇଥିଲା । ସେହିପରି ଆମ୍ବ ମେଳାରେ ଜିଲ୍ଲାର ବିଭିନ୍ନ ପ୍ରକାର ଆମ୍ବ ବିକ୍ରୀ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀ ଭେଙ୍କଟ ରାଓ ଆଚାରୀ , ଜିଲ୍ଲା ପ୍ରକଳ୍ପ ପରିଚାଳକ , ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀ ଟିମନ ଵାରା ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post