ରାୟଗଡ: ଜେକେ କାଗଜ କଳର ଭୁତ ପୂର୍ବ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ 92 ତମ ଜନ୍ମଦିନ ପାଳନ ଅବସରରେ ଓଡିଶା ବ୍ଲଡ୍ ବ୍ୟାଙ୍କ୍, ରାୟଗଡ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶ୍ରୀ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପ ସଭାପତି ଉଦଘାଟନ କରିଥିଲେ। ଏହି ଶିବିରରେ କାଗଜ କଳର 192 ଜଣ କର୍ମଚାରୀ ଓ ପରିବାର ବର୍ଗ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଉଦଘାଟନ ସମାରୋହରେ କାଗଜ କଳ ମହାପ୍ରବନ୍ଧକ (ମାନବ ସମ୍ବଳ) ସନ୍ଦୀପ ପାଣ୍ଡେ ଓ ବରିଷ୍ଠ ଅଧିକାରୀ ଗଣ ଏବଂ ଜେକେ ଡିସ୍ପେନ୍ସାରିର ଡା. କେ ଭି ଆର୍ ରାଓ, ଡା. ପଦ୍ମା ଉପସ୍ଥିତ ଥିଲେ। ରାୟଗଡା ବ୍ଲଡ୍ ବ୍ୟାଙ୍କ୍ ତରଫରୁ ଡା. ଗୌତମ ପଟ୍ଟନାୟକ, ଉମାକାନ୍ତ ମିଶ୍ର, ଡି କିଶୋର କୁମାର, ଉଷା ରାଣୀ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରି ଥିଲେ। କାର୍ଯ୍ୟକ୍ରମକୁ ଜେକେ କାଗଜ କଳର ଉପ ମହାପ୍ରବନ୍ଧକ, (ଜନ କଲ୍ୟାଣ) ପରିଚାଳନା କରିଥିଲେ ଓ ତାଙ୍କୁ ୱେଲଫେଆର ଅଫିସର ଭାସ୍କର ନାଇଡୁ, ଶିବଙ୍କର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post