ଖପ୍ରାଖୋଲ ୨୦/୬(ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟି ମାଲ ଗାଁ ରେ ଭୟଙ୍କର ଜଳ ସଙ୍କଟ.. ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ତ ଦୂର ର କଥା ପିଇବା ପାଣି ପାଇଁ ଦୁଇ ତିନି କିଲୋମିଟର ଯାଇ ପାଣି ସଂଗ୍ରହ କରିବାକୁ ପଡୁଛି I ପାଟିମାଲ ଗାଁ ରେ ଛ ଟି ନଳକୂଅ ଅଛି ହେଲେ କୌଣସି ନଳ କୂଅ ରେ ପିଇବା ପାଣି ମିଳୁନି I ଅନେକ ନଳକୂଅ ରେ ଫ୍ଲୋରାଇଡ ପାଣି ବାହାରୁ ଥିବାରୁ ଅନେକଲୋକ ଏବେ କିଡ଼ନୀ ରୋଗ ରେ ଆକ୍ରାନ୍ତ I ଆଗରୁ କିଡ଼ନୀ ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଜାଗା ରେ ଫ୍ଲୋରାଇଡ ପଣି ଯୋଗୁଁ ଲୋକେ ବ୍ୟବହାର କରିବାକୁ ଭୟ କରୁଥିବା ଜାଣିବାକୁ ମିଳୁଛି I ଗାଁ ରେ ପିଇବା ପାଣି ମିଳୁନଥିବା ରୁ ସରକାରୀ ସ୍ତର ରେ ଆରମ୍ଭ ହୋଇ ଥିବା ବସୁଧା ଯୋଜନା ପ୍ରକଳ୍ପ କୁ ନେଇ ବେଶ ଉତ୍ସାହିତ ଥିଲେ ଗ୍ରାମ ବାସିI ବସୁଧା ଯୋଜନା ରେ ପାଇପ ବିଛା, ଟାଙ୍କି ନିର୍ମାଣ, ଷ୍ଟାଣ୍ଟ ପୋଷ୍ଟ ନିର୍ମିତ ହୋଇ ସାରିଥିବା ବେଳେ ପାଣି ଯୋଗାଣ ଶୀଘ୍ର ହେବ ବୋଲି ଭାବିଥିଲେ ହେଲେ ପ୍ରକଳ୍ପ ର ମନ୍ଥରତା ଯୋଗୁଁ ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ସମ୍ଭବ ହୋଇ ପାରୁନି I ଜଳ ଯୋଗାଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ହିଁ ଅନେକ ଜାଗା ରେ ଷ୍ଟାଣ୍ଟ ପୋଷ୍ଟ ମାନ ଭାଙ୍ଗି ଗଲାଣି I ଏ ବିଷୟରେ ବିଭାଗୀୟ ଯନ୍ତ୍ରୀ ଚିନ୍ମୟ ପଧାନ ଙ୍କୁ ପଚାରି ବାରୁ ବିଦ୍ୟୁତ ବିଭାଗ ତରଫରୁ ଇଲେକ୍ଟ୍ରି କନେକ୍ସନ ପାଇଁ କ୍ଷେତ୍ର ପ୍ରଦର୍ଶନ କରି ପ୍ରଥମେ ଲାଇନ ଚାର୍ଜ କଲା ପରେ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post